www.samajalive.in
Wednesday, December 10, 2025
18.1 C
Bhubaneswar

ଶଯ୍ୟାଶାୟୀ ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ପାଇଁ ପତ୍ନୀଙ୍କ ସଂଘର୍ଷ; ବିରି ବଡ଼ି ହିଁ ସାଜିଛି ସାହାରା

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ପୁରୁଣା ବୁଢ଼ାକେରା ଗ୍ରାମର ଗନ୍ଧର୍ବ ପରିଡା ୪ବର୍ଷ ହେଲା ଶଯ୍ୟାଶାୟୀ । ସାମୁଦ୍ରିକ ଫନି ବାତ୍ୟା ସମୟରେ ଗୁହାଳରୁ ଗାଈଙ୍କୁ ଫିଟେଇବାକୁ ଯାଇଥିବା ସମୟରେ ଗୁହାଳ ଉପରେ ଏକ ନଡ଼ିଆ ଗଛ ପଡିଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସି ହୋଇଥିଲେ, କିନ୍ତୁ ଅଣ୍ଟାଠୁ ଗୋଡ଼ ପର୍ଯ୍ୟନ୍ତ ଅକାମି ହେଇ ରହିଗଲା । ଝାଡା ପରିଶ୍ରା ମଧ୍ୟ ଠିକ୍‌ରେ ହେଉନି। ମାସକୁ ପ୍ରାୟ ୨୦୦୦ ଟଙ୍କାର ଔଷଧର ଆବଶ୍ୟକତା ରହିଛି। ଘରର ମୁରବୀ ରୋଗ ଶଯ୍ୟାରେ। ଆଗରୁ ବିଲ ବାଡ଼ି ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ପରିବାର ଭୋକ ଉପାସରେ ଜୀବନ ଅତିବାହିତ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ଗାଁ ଗଣ୍ଡାରୁ ଯାହା ସାହାଯ୍ୟ ମିଳୁଛି ସେଥିରେ ଚଳୁଛନ୍ତି। ବଡ଼ ଝିଅ ମାନସୀ ପରିଡା ଯୁକ୍ତ ୩ ଓ ପୁଅ ଶୁଭଙ୍କର ପରିଡା ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ଏହି ଦୁଃଖ କଷ୍ଟ ଭିତରେ ପତ୍ନୀ ମନି ପରିଡା ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ଓ ପରିବାର ପ୍ରତିପୋଷଣ କରିବା ପାଇଁ ବିରି ବଡ଼ି ପ୍ୟାକେଟ କରି ବିକ୍ରି କରୁଛନ୍ତି। ସେଥିରୁ ଯାହା ଦୁଇ ପଇସା ରୋଜଗାର ହେଉଛି ସେଥିରେ ବହୁ କଷ୍ଟରେ ଚଳୁଛି ପରିବାର। ଗନ୍ଧର୍ବଙ୍କ ଅଧିକ ଚିକିତ୍ସା ସାଙ୍ଗକୁ ଏହି ଅସହାୟ ପରିବାରକୁ ସାହାଯ୍ୟ ପାଇଁ ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ସାହି ପଡ଼ିଶା ଓ ଗ୍ରାମବାସୀ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories