www.samajalive.in
Tuesday, December 9, 2025
17.1 C
Bhubaneswar

ସାକ୍ଷୀଗୋପାଳରେ କାର୍ତ୍ତିକ ପୂର୍ଣ୍ଣିମା

ସାକ୍ଷୀଗୋପାଳ : ଆଜି ପବିତ୍ର କାର୍ତ୍ତିକ ପୁର୍ଣିମା। ପ୍ରଶାସନ ତରଫରୁ ନଦୀ ଘାଟ ଓ ମନ୍ଦିର ଦର୍ଶନ ନିମନ୍ତେ ଭକ୍ତମାନଙ୍କ ପାଇଁ କୌଣସି କଟକଣା କିମ୍ବା ୧୪୪ ଧାରା ଜାରି ହୋଇ ନ ଥିଲା । ହବିଷ୍ୟାଳୀ, ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣ ଭୋର ସମୟରୁ ସ୍ନାନ ସାରି ନଦୀ ଘାଟ, ପୁଷ୍କରିଣୀ ଓ ନାଳମାନଙ୍କରେ ପାରମ୍ପରିକ ବୋଇତ ବନ୍ଦାଣ ପାଳନ କରି ଡ଼ଙ୍ଗା ଭସାଇଥିଲେ। ସାକ୍ଷୀଗୋପାଳ ମନ୍ଦିର, ବୀର ଗୋବିନ୍ଦ ପୁରସ୍ଥିତ ମା’ ଦକ୍ଷିଣ କାଳୀ ମନ୍ଦିର, ବୀର ରାମଚନ୍ଦ୍ର ପୁର ସ୍ଥିତ ମା’ ମଣିନାଗ ଦୁର୍ଗା ମନ୍ଦିର, ଅଳଗୁମସ୍ଥିତ ମା’ ଜାଗୁଳେଇ ମନ୍ଦିର ଓ ଗବକୁଣ୍ଡସ୍ଥିତ ମା’ ପାଳପୋଛି ମନ୍ଦିର, ସାକ୍ଷୀଗୋପାଳସ୍ଥିତ ମା’ ମଉନେଇଁ ମନ୍ଦିର, ଶୈବପୀଠ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବ, ଓଲସ୍ଥିତ ଶ୍ରୀ ଶ୍ରୀ ଇନ୍ଦ୍ରେଶ୍ୱର ଦେବ, ଚାରିଶ୍ରୀସ୍ଥିତ ଶ୍ରୀ ଶ୍ରୀ ଯୋଡାଲିଙ୍ଗ ଦେବ, ଅହମ୍ମଦ ପୁରସ୍ଥିତ ଶ୍ରୀ ଶ୍ରୀ ମୁଆଁଖିଆ ମହାଦେବ, ବଡ଼ କାଞ୍ଜିଆ ସ୍ଥିତ ଶ୍ରୀ ଶ୍ରୀ କୋଶଳେଶ୍ୱର ଦେବ, ଷୋଳହଳସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ଦେବ, ବଳ ପୁରସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ଓ ବୀର ରାମଚନ୍ଦ୍ର ପୁରସ୍ଥିତ ଶ୍ରୀ ଶ୍ରୀ ଐସାନ୍ୟେଶ୍ୱର ଦେବ ଆଦି ଦେବାଦେବୀ ପୀଠରେ ଭକ୍ତମାନେ ଠାକୁର ଓ ଠାକୁରାଣୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories