www.samajalive.in
Monday, December 8, 2025
20.1 C
Bhubaneswar

ଭାରତରେ ମଧୁମେହ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି କରିବେ କପିଳ ଦେବ

ଭୁବନେଶ୍ୱର : ଭାରତ ଆଜି ପ୍ରମୁଖ ରୂପରେ ‘ବିଶ୍ୱର ମଧୁମେହ ରାଜଧାନୀ’ ଭାବରେ ଠିଆ ହୋଇଛି । ୨୦୪୫ ସୁଦ୍ଧା ଭାରତରେ ପ୍ରାୟ୧୩୪.୩ ନିୟୁତ ଲୋକଙ୍କର ମଧୁମେହ ହେବାର ଆଶଙ୍କା ରହିଛି । ଆଶ୍ଚର୍ଯ୍ୟର କଥା ହେଲା ଭାରତରେ ବିଦ୍ୟମାନ ଥିବା ମଧୁମେହ ରୋଗୀଙ୍କ ପ୍ରାୟ ଅର୍ଦ୍ଧେକ ସେମାନଙ୍କର ମଧୁମେହ ଥିବା କଥା ଜାଣି ନାହାଁନ୍ତି । ମଧୁମେହ ମୁଖ୍ୟତଃ ଏକ ଜୀବନଶୈଳୀ ଅବସ୍ଥା ଯାହା ଭାରତର ସମସ୍ତ ବୟସ ବର୍ଗରେ ଉଦବେଗଜନକ ଭାବରେ ବୃଦ୍ଧି ପାଇଛି ଏବଂ ଯୁବଜନସଂଖ୍ୟା ମଧ୍ୟରେ ମଧ୍ୟ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ତେଣୁ ରୋଗ ଏବଂ ଏହାର ପ୍ରତିଷେଧକ ଉପାୟ ବିଷୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ମଧୁମେହର ନିରାକରଣ ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ ବିଗତ ଦିନର କିମ୍ବଦନ୍ତୀ କ୍ରିକେଟ ତାରକା କପିଳ ଦେବ କାର୍ଯ୍ୟ କରିବେ । ଏହି ଉଦ୍ଦେଶ୍ୟରେ ନୱୋ ନର୍ଡିସ୍କଇଣ୍ଡିଆ କପିଲ ଦେବଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡାର ଏବଂ ମଧୁମେହକୁ ପରାସ୍ତ କରିବା ପାଇଁ କମ୍ପାନୀର ପକ୍ଷରୁ କରାଯାଉଥିବା ପ୍ରୟାସର ଏକ ପ୍ରତୀକ ଭାବରେ ଘୋଷଣା କରିଛି । ଏହା ଉତ୍ତମ ମଧୁମେହ ପରିଚାଳନା ଏବଂ ପ୍ରାରମ୍ଭିକ ଇନସୁଲିନ ଆପେଣଇବା ବିଷୟରେ ସହଭାଗିତା ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ନିଜେ ଦୀର୍ଘବର୍ଷ ଧରି ମଧୁମେହକୁ ପରିଚାଳନା କରିଆସୁଥିବା ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ପାର କରିଥିବା କିମ୍ବଦନ୍ତୀ କ୍ରିକେଟର କପିଳ ଦେବ ଉପଯୁକ୍ତ ଚିକିତ୍ସା ସହିତ ମଧୁମେହକୁ ପରିଚାଳନା କରିବାର ପ୍ରକୃଷ୍ଟ ଉଦାହରଣ ଅଟନ୍ତି ଏବଂ ମଧୁମେହ ରୋଗୀଙ୍କ ପାଇଁ ସେ ଏକ ପ୍ରେରଣାହେବେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories