www.samajalive.in
Monday, December 8, 2025
27.1 C
Bhubaneswar

ସ୍ବତନ୍ତ୍ର ବିମାନରେ ଓଡ଼ିଶା ଆସିବେ କିଙ୍ଗ୍ ଖାନ୍

ଭୁବନେଶ୍ୱର: ଭୁବନେଶ୍ୱର ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ନିଜର ଝଲକ୍ ଦେଖାଇବା ପାଇଁ ବଲିଉଡ଼ ତାରକାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବଲିଉଡ଼ର କିଙ୍ଗ୍ ଖାନ୍ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ। ସେ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଓଡ଼ିଶାରେ ପହଞ୍ଚିବେ। ସେଠାରୁ ସେ ଅଭ୍ୟାସ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମ୍ ଯିବେ।

ଅଭ୍ୟାସ ସରିବା ପରେ ଭ୍ୟାନିଟି ଭ୍ୟାନରେ ହିଁ ବିଶ୍ରାମ ନେବେ। ସେହିଠାରୁ ପ୍ରସ୍ତୁତ ହୋଇ ଯାଇ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। କାର୍ଯ୍ୟକ୍ରମ ପରେ ସେହି ଭ୍ୟାନିଟି ଭ୍ୟାନ୍ ଯୋଗେ ବିମାନ ବନ୍ଦରକୁ ଯାଇ ଚାଟାର୍ଡ ଫ୍ଲାଇଟରେ ଫେରିଯିବେ। ସେ ଓଡ଼ିଶାରେ କୌଣସି ହୋଟେଲରେ ରହିବେ ନାହିଁ ବୋଲି ଜଣାପଡ଼ିଛି।

- Advertisement -

ତେବେ ଶାହାରୁଖ ଖାନଙ୍କ ଓଡ଼ଶା ଗସ୍ତକୁ କଳିଙ୍ଗ ସେନା ଆଉ ବିରୋଧ କରିବ ନାହିଁ ବୋଲି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ହକି ଇଣ୍ଡିଆର ଅନୁରୋଧ କ୍ରମେ କଳିଙ୍ଗସେନା ଏଥିରୁ ଓହରିଯାଇଥିବା ଜଣାପଡ଼ିଛି।
ଶାହାରୁଖଙ୍କ ପାଇଁ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories