ସହିଦଙ୍କ ପରିବାରକୁ ଅଧିକ ସହାୟତା ରାଶି ଦାବି କଲେ ଗ୍ରାମବାସୀ

0

ଭୁବନେଶ୍ୱର : ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ଦୁଇ ସହିଦଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଦୁଇ ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ହେଲେ ଏହି ସହାୟତା ରାଶିକୁ ନେଇ ସହିଦଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି । ଅନ୍ୟ ରାଜ୍ୟରେ ସହିଦଙ୍କ ପରିବାରକୁ ଢେର୍ ଅଧିକ ସହାୟତା ରାଶି ଦିଆଯାଇ ଥିବାରୁ ସହିଦ ମନୋଜ ବେହେରାଙ୍କ ଗାଁ ରତନପୁରରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ମନୋଜଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

kalyan agarbati
Leave A Reply