www.samajalive.in
Monday, December 8, 2025
20.1 C
Bhubaneswar

ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ସହଯୋଗ ପ୍ରଶିକ୍ଷଣ

ବାଙ୍କୀ: କଟକ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ପରିଚାଳନା କମିଟି ସଦସ୍ୟମାନଙ୍କୁ ସହଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ସୁବର୍ଣ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହଯୋଗ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କିଶୋର ଚନ୍ଦ୍ର ଦଳେଇ, ଉପସଭାପତି ରୀନା କୁମାରୀ ସାହୁ, ସଦସ୍ୟ ଶୁକଦେବ ଦଳେଇ, ତ୍ରିନାଥ ବେହେରା, ଶୁକାନ୍ତ ଦଳେଇ, ନିଶିକାନ୍ତ ମହାପାତ୍ର, ସଦାଶିବ ରଣା, ସଦସ୍ୟା ବିଜୟଲକ୍ଷ୍ମୀ ରଣା, ସ୍ୱର୍ଣ୍ଣପ୍ରଭା ରଣା, ଅଞ୍ଜଳୀ ଦଳେଇ, ପ୍ରଭାତି ଦଳେଇ, ସାବିତ୍ରୀ ପ୍ରଧାନ, ଛାତ୍ର ପ୍ରତିନିଧି ସ୍ୱୟଂସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିଚାଳନା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ବିଦ୍ୟାଳୟର ପରିବେଶକୁ ସୌନ୍ଦର୍ଯ୍ୟକରଣ, ମଧ୍ୟାହ୍ନ ଭୋଜନ ପରିଚାଳନା, ଭଲ ପାଠପଢ଼ା ଏବଂ ବିଦ୍ୟାଳୟର ଉନ୍ନତି କରଣ ପାଇଁ ଆବଶ୍ୟକ ସହଯୋଗ ସମ୍ପର୍କରେ ଏହି ଶିବିରରେ ଆଲୋଚନା କରାଯାଇଛି। ପ୍ରଶିକ୍ଷକ ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତରଞ୍ଜନ ପଣ୍ଡା ପ୍ରଶିକ୍ଷଣ ପ୍ରଦାନ କରିଥିଲା ବେଳେ ସହକାରୀ ଶିକ୍ଷକ ଚିତରଞ୍ଜନ ମନ୍ତ୍ରୀ ଏବଂ ସିଆରସିସି ପ୍ରଦୀପ କୁମାର ସିଠ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକମାନେ ସହଯୋଗ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories