www.samajalive.in
Monday, December 8, 2025
27.1 C
Bhubaneswar

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଦକ୍ଷତା ହିଁ କ୍ଷମତା ପ୍ରଶିକ୍ଷଣ

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର, କଦଳୀବାଡି ଓ ବନ୍ଦାଳ ପଞ୍ଚାୟତରେ ଶିକ୍ଷିତ ବେକାରୀ ଯୁବକ ଯୁବତୀମାନଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ଦକ୍ଷତା ହିଁ କ୍ଷମତା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ବାଙ୍କୀ ବ୍ଲକ ଓଡ଼ିଶା ଜୀବିକା ମିଶନ ସହଯୋଗ ଏବଂ ଓରମାସ କଟକଙ୍କ ସହାୟତାରେ ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ପରିସରରେ ଏହି ପ୍ରଶିକ୍ଷଣ ଦିଆଯାଇଛି। ଜୀବିକା ମିଶନ ବ୍ଲକ ପ୍ରକଳ୍ପ ସଂଯୋଜକ ଅକ୍ଷୟ କୁମାର ଭଟ୍ଟଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରଶିକ୍ଷଣକୁ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା ଉଦଘାଟନ କରି ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଗୌରାଙ୍ଗ ବେହେରା ଉପସ୍ଥିତ ଥିଲେ। ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ କାର୍ଯ୍ୟ କରୁଥିବା ପ୍ରକଳ୍ପ ପରିଚାଳନା ଅନୁଷ୍ଠାନ ରେଡଟେକ୍‍ ସଲ୍ୟୁସନ ଇଣ୍ଡିଆ ପ୍ରାଇଭେଟ୍‍ ଲିମିଟେଡର ପ୍ରକଳ୍ପ ସଞ୍ଜୋଜକ ଅନ୍ତର୍ଯ୍ୟାମୀ ବିନ୍ଧାଣୀ ଶିବିରାର୍ଥିମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ସଞ୍ଚାଳିତ ନୂତନ ରୋଜଗାର ବ୍ୟବସ୍ଥା ସମ୍ପର୍କରେ ଦୃଷ୍ଟାନ୍ତମୂଳକ ଆଲୋଚନା କରିଥିଲେ। ଏହି ଶିବିରରେ ୩ପଞ୍ଚାୟତର ୧୫୦ରୁ ଅଧିକ ଯୁବକ ଯୁବତୀ ଯୋଗଦେଇ ନାମ ପଞ୍ଜୀକରଣ କରିଛନ୍ତି। ବ୍ଲକ ଜୀବନ ଜୀବିକା ସଂଯୋଜିକା ସଂଘମିତ୍ରା ପ୍ରଧାନ, ଏମବିକେ ବାସନ୍ତିବାଳା ସୁଆର, ଝୁନା ବେହେରା ଓ ରଶ୍ମିତା ଖଟୁଆ ସିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ପଞ୍ଚାୟତରୁ କାର୍ଯ୍ୟରତ ସିଆରପି ଏବଂ ମହିଳା ମହାସଂଘର ସଭାପତି ଓ ସମ୍ପାଦିକା ବେକାରୀ ଯୁବକ ଯୁବତୀମାନଙ୍କୁ ସଚେତନ କରି ସିବିରକୁ ଆସିବାରେ ସହଯୋଗ କରିଥିଲେ। ଓରମାସର ଯୁଗ୍ମ ନିର୍ଦ୍ଦେଶକ ବିପିନି ବିହାରୀ ରାଉତ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ସହଯୋଗ କରାଯାଉଥିବା ସୁଯୋଗକୁ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରେଡଟେକ୍‍ ପକ୍ଷରୁ ଚନ୍ଦନ କୁମାର ଜେନା, ବିଭୂତି ଭୂଷଣ ସି ଓ କଳ୍ପନା ଭୋଇ ବୈଷୟିକ ସହଯୋଗ ପ୍ରଦାନ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories