www.samajalive.in
Monday, December 8, 2025
14.1 C
Bhubaneswar

ପାଟଣା ବିଧାୟକଙ୍କ ମାଷ୍ଟର ଷ୍ଟ୍ରୋକ: ବିଜେଡ଼ିରେ ସାମିଲ ହେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ

ପାଟଣା: ପଞ୍ଚାୟତିରାଜ ନିର୍ବାଚନ ଘୋଷଣା ପୂର୍ବରୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ଦୀର୍ଘବର୍ଷ ଧରି ବିଜେପିର ଗଡ ହୋଇ ରହି ଆସିଥିବା ସାହାରପଡ଼ା ବ୍ଲକ ଅଞ୍ଚଳରୁ ବିଧାନସଭା ନିର୍ବାଚନରେ ଭଲ ଭୋଟ ପାଇବା ପରେ ବିଜେପି ସମର୍ଥିତ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀଙ୍କୁ ବିଜୁ ଜନତା ଦଳରେ ସାମିଲ କରାଇ ବିଜେପିକୁ ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି। ରମ୍ଭାବତୀ ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି। ସେହିପରି ରାଇଡ଼ିହା ସରପଞ୍ଚ ପାର୍ବତୀ ହୋ ,ବିଜେପି ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ନରେନ୍ଦ୍ର କୁମାର ମହାନ୍ତ, ସାହାରପଡ଼ା ମଣ୍ଡଳ ବିଜେପି ସମ୍ପାଦକ ଦିବାକର ମହାନ୍ତ , ରାଇଡିହା ୱାର୍ଡ଼ ମେମ୍ବର ନମିତା ମହାନ୍ତ ଓ କମାର ମରାର ନୀଳକଣ୍ଠ ଦେହୁରୀ ପ୍ରମୁଖ ବିଜେଡ଼ି ରେ ସାମିଲ ହୋଇଛନ୍ତି।

ଶୁକ୍ରବାର ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ୟ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ତେଲକୋଇ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାଏକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଜେଡ଼ି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାକେଶ ରାମ, କେନ୍ଦୁଝର ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, ଯୁବ ବିଜେଡ଼ି ରାଜ୍ୟ ଉପସଭାପତି ରାଜା ଚକ୍ର, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ପଣ୍ଡା ଓ ସାହାରପଡ଼ା ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ମହାନ୍ତ ପ୍ରମୁଖ ଅନ୍ୟ ଦଳୀୟ ନେତାମାନଙ୍କ ଉପସ୍ଥିତିରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବାସଗୃହରେ ଏହି ମିଶ୍ରଣ ପର୍ବ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories