www.samajalive.in
Monday, December 8, 2025
17.1 C
Bhubaneswar

ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଜୟଶଙ୍କର-ଶେଖ୍‍ ଅବଦୁଲ୍ଲା ଏକମତ

ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର ଓ ସଂଯୁକ୍ତ ଆରବ ଏମିରେଟ୍‍ ବୈଦେଶିକ ମନ୍ତ୍ରୀ ଶେଖ୍‍ ଅବଦୁଲ୍ଲା ବିନ୍‍ ଜୟେଦ୍‍ ଅଲ୍‍ ନାହିଁୟାଙ୍କ ସହ ସମସ୍ତ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍‍କୁ ତାଙ୍କର ଦୁଇଦିନ ଗସ୍ତ କାଳରେ ସେ ତାଙ୍କ ସହ କୋଭିଡ ନାଇଣ୍ଟିନ୍‍ର ମୁକାବିଲା ଓ ଅର୍ଥନୈତିକ ପ୍ରସଙ୍ଗ ଉପରେ କଥାବାର୍ତ୍ତା କରିଛନ୍ତି। ଉଭୟ ପକ୍ଷ ବାଣିଜ୍ୟ, ପୁଞ୍ଜିନିବେଶ, ମୌଳିକ ଢ଼ାଞ୍ଚା, ଶକ୍ତି, ଖାଦ୍ୟ ନିରାପତ୍ତା ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଥିଲେ। ଦୁଇନେତା ସାମ୍ପ୍ରତିକ, ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ କଥାବାର୍ତ୍ତା କରିଛନ୍ତି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ର ଗୁଡ଼ିକରେ ସହଯୋଗ ବୃଦ୍ଧି ପାଇଁ ଉଭୟ ନେତା ଏକମତ ହୋଇଛନ୍ତି।


ଜୟଶଙ୍କର ଗତକାଲି ସଂଯୁକ୍ତ ଆରବ ଏମିରେଟ୍‍ରେ ପ୍ରବାସୀ ଭାରତୀୟମାନଙ୍କ ସହ କଥାବାର୍ତ୍ତା କରିଥିଲେ। କୋଭିଡ ପରବର୍ତ୍ତୀ ପରିସ୍ଥିତି ବିଷୟରେ ସେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ସଂକ୍ରାନ୍ତରେ ଜଣାଇଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି କଥାବାର୍ତ୍ତା ସମୟରେ କରୋନାର ମୁକାବିଲା ପାଇଁ ସଂଯୁକ୍ତ ଆରବ ଏମିରେଟ୍‍ସ୍ଥିତ ଭାରତୀୟ ଦୂତାବାସକୁ ପ୍ରବାସୀ ଭାରତୀୟମାନେ ଦେଇଥିବା ସହଯୋଗର ସେ ପ୍ରଶଂସା କରିଛନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନରେ ଗତ ବୁଧବାରଦିନ ସେ ଆବୁଧାବି ଯୁବରାଜ ଶେଖ୍‍ ମହମ୍ମଦ ବିନ୍‍ ଜୟେଦ୍‍ ଅଲ୍‍ ନାହିଁୟା ଙ୍କ ସହ କଥାବାର୍ତ୍ତା କରିଥିଲେ। କୋଭିଡ ନାଇଣ୍ଟିନ୍‍ ସମୟରେ ସେଠାରେ ଥିବା ଭାରତୀୟମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ ବାର୍ତ୍ତାକୁ ଶ୍ରୀ ଜୟଶଙ୍କର ଜଣାଇଥିଲେ। ଦୁଇନେତାଙ୍କ ମଧ୍ୟରେ ବହୁ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଅନେକ ଦ୍ୱିପକ୍ଷିୟ ପ୍ରସଙ୍ଗ ଆଲୋଚନାର ପରିସରକୁ ଆସିଥିଲା। ବିଭିନ୍ନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଥିବା ସହଯୋଗ ଓ ସମ୍ପର୍କର ଉଭୟ ନେତା ସମୀକ୍ଷା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories