ବ୍ରିଟେନ୍: ଦିନକ ତଳେ ରୁଷର ସୁଖୋଇ ୨୭ ଲଢ଼ୁଆ ଯୁଦ୍ଧ ବିମାନ ପୂର୍ବ ୟୁରୋପ ନିକଟସ୍ଥ କୃଷ୍ଣ ସାଗର ଉପରେ ଆମେରିକାର ପରମାଣୁ ବୋମବର୍ଷୀ ବିମାନ ବି-୫୨କୁ ଅତ୍ୟନ୍ତ ବିପଜ୍ଜନକ ଭାବରେ ଘେରିବା ଓ ବିଶ୍ବର ଦୁଇ ଶୀର୍ଷ ଯୁଦ୍ଧ ବିମାନ ମଧ୍ୟରେ ଡ଼ଗୱାର ନାଟୋ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଦୁଇ ଦେଶର ଯୁଦ୍ଧବିମାନ ମୁହାଁମୁହିଁ ହେବା ଦେଖି ତୁରନ୍ତ ବ୍ରିଟେନ୍ ନିଜର ୬ବି୫୨ ପରମାଣୁ ବୋମାବର୍ଷୀ ବିମାନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

The Il-20 is a military version of the Il-18 passenger airplane, with electronic equipment and an array of external antennae. It is still used by the Russian Air Force as flying command post.
କୁହାଯାଉଛି ଯେ ଆମେରିକାର ସବୁଠୁ ଶକ୍ତିଶାଳୀ ପରମାଣୁ ବୋମାବର୍ଷୀ ଯୁଦ୍ଧ ବିମାନ ବ୍ରିଟେନରୁ ଉଡ଼ାଣ ଆରମ୍ଭ କରିବା ସଂଗେସଙ୍ଗେ ରୁଷ ମଧ୍ୟ କ୍ରିମିୟାରୁ ନିଜର ଯୁଦ୍ଧ ବିମାନକୁ ସେହି ଦିଗରେ ଅଗ୍ରସର ହେବା ନିମନ୍ତେ ନିର୍ଦେଶ ଦେଇଥିଲା । ରୁଷ ନାଟୋର କୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ କ୍ରିମିଆରେ ବିପୁଳ ପରିମାଣର ଲଢ଼ୁଆ ଯୁଦ୍ଧବିମାନ ମୁତୟନ କରିଛି । ରୁଷର ଏହି ବିମାନଗୁଡ଼ିକୁ କୃଷ୍ଣ ସାଗର ଓ ଏହାର ଉପତ୍ୟକାରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ।

ବେଲାରୁଷରେ ଲୋକଙ୍କ ବିଦ୍ରୋହ ପରେ ନାଟୋ ଓ ରୁଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ରୁଷ ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକୋଶେନ୍କୋଙ୍କୁ ନିଜର ସମର୍ଥନ ଜଣାଇଛି । ଯାହାକୁ ନାଟୋ ଓ ଏଥିରେ ସଂପୃକ୍ତ ଦେଶ ବିରୋଧ କରୁଛନ୍ତି । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ତାଙ୍କ ଦେଶକୁ ଭାଙ୍ଗିବାକୁ ନାଟୋ ଦେଶସମୂହ ଚାହୁଁଛନ୍ତି ଓ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଲାଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆମେରିକା ନିଜର ୬ଟି ବି ୫୨ ବୋମାବର୍ଷୀ ବିମାନ ବ୍ରିଟେନ୍ ପଠାଇଛି । ଏହି ବିମାନରେ ଅନ୍ୟୂନ ୧୨୦ଟି କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି ଏବଂ ଏହାମଧ୍ୟରେ କିଛି ପରମାଣୁ ଅସ୍ତ୍ର ମଧ୍ୟ ରହିଛି ।
ଆମେରିକା ବାୟୁସେନା ମଧ୍ୟ ଏହାକୁ ସ୍ବୀକାର କରିଛି । ଏହି ବି-୫୨ ବୋମାବର୍ଷୀ ବିମାନ ଉତ୍ତର ଡ଼କୋଟାର ମିନୋଟ ଏୟାରଫୋର୍ସ ବେସରୁ ଉଡ଼ାଣ ଆରମ୍ଭ କରି ବ୍ରିଟେନରେ ପହଞ୍ଚିଥିବା ସୂଚନା ଦେଇଛି । ମାତ୍ର ଆମେରିକୀୟ ବିମାନକୁ ରୁଷ ବିମାନ ଘେରିବା ନେଇ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।



