ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଧିରେ ଧିରେ ପରିସ୍ଥିତି ଜଟିଳତା ଆଡକୁ ଗତି କରୁଛି। ଏହାକୁ ନେଇ ବାୟୁସୀମାରେ ଉଡାଣ ବାତିଲ କଲେ ୟୁକ୍ରେନ ସରକାର । ସମସ୍ତ ବେସାମରିକ ବିମାନ ଉଡାଣ ଉପରେ ରୋକ୍ ଲଗାଗଲା। ଫଳରେ ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ଥିବା ପ୍ରବାସୀଙ୍କ ପାଇଁ ସମସ୍ୟା ବଢିଛି।
ସେହିପରି ୟୁକ୍ରେନରୁ ଆଉ ୧୮୨ ଭାରତୀୟ ଫେରିଛନ୍ତି। ସକାଳ ୭ଟା ୪୫ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଫେରିଛନ୍ତି।
ୟୁକ୍ରେନ ସଙ୍କଟ ମଧ୍ୟରେ ଫସି ରହିଥିବା ଭାରତୀୟମାନଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଉଦ୍ୟମ ଚାଲିଥିବା ବେଳେ ସର୍ବଶେଷ ସୂଚନା ଅନୁଯାୟୀ, ୧୮୨ ରୁ ଅଧିକ ଭାରତୀୟ ନାଗରିକଙ୍କ ସହ ଏୟାର ଇଣ୍ଡିଆ ବିମାନ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛି। ସୂଚନା ପ୍ରଦାନ କରି ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (UIA) ର ୧୮୨ ଭାରତୀୟ ନାଗରିକଙ୍କ ସହ ଏକ ସ୍ୱତନ୍ତ୍ର ବିମାନ ଆଜି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି।
ବାୟୁସୀମାରେ ଉଡାଣ ବାତିଲ କଲେ ୟୁକ୍ରେନ ସରକାର
Popular Categories



