ନୂଆଦିଲ୍ଲୀ: ଆରମ୍ଭ ହୋଇଛି ୟୁକ୍ରେନ ଓ ରୁଷ ମଧ୍ୟରେ ଲଢ଼େଉ । ୟୁକ୍ରେନର ରାଜଧାନୀ ସମେତ ୧୩ଟି ସ୍ଥାନରେ ରୁଷ ବିସ୍ଫୋରଣ କରିଛି । ଏହି ବିସ୍ଫୋରଣରେ ୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ୟୁକ୍ରେନର ଗୃହମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ୟୁକ୍ରେନର ନାଗରିକଙ୍କୁ ଘରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥି ସହିତ ୟୁକ୍ରେନ ରୁଷକୁ କଡ଼ା ଜବାବ ଦେବ ବୋଲି ଦୃଢ଼ୋକ୍ତି ବାଢ଼ିଛି । ବର୍ତ୍ତମାନ ରୁଷର ୫ଟି ଲଢ଼ୁଆ ବିମାନକୁ ଖସାଇଛି ୟୁକ୍ରେନ୍ । ଲୁହାନିସ୍କରେ ପଇଁତରା ମାରୁଥିବା ରୁଷର ୫ଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ସେନା ଖସାଇ ଦେଇଛି ।
ଏନେଇ ଏକ ଜାତୀୟ ଗରମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ୫ଟି ଯୁଦ୍ଧ ବିମାନ ମଧ୍ୟରେ ଗୋଟିଏ ଆଟାକିଂ ହେଲିକପ୍ଟର ମଧ୍ୟ ରହିଛି । ଯାହାକି ୟୁକ୍ରେନକୁ ବଡ଼ ସଫଳତା ବୋଲି କୁହାଯାଇଛି । ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମର ଅଚଳ ହୋଇଯାଇଛି । ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମର ଅଚଳ ହେବାନେଇ ସୂଚନା ଦେଇଛି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ।



