www.samajalive.in
Wednesday, December 10, 2025
26.1 C
Bhubaneswar

କେବିସି ନାଁରେ ୩୫ ଲକ୍ଷ ଟଙ୍କାର ଥୋପ ; ଶ୍ରମିକ ଯୁବତୀଠୁ ଠକିନେଲେ ୧.୬୯ ଲକ୍ଷ

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ଗାନ୍ଧିନଗରର ଜଣେ ଦିନ ମଜୁରିଆ ଯୁବତୀ କୌନ ବନେଗା କରୋଡ଼ପତି (କେବିସି) ଟିଭି କାର୍ଯ୍ୟକ୍ରମ ନାଁରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ଏକ ସାଇବର ଠକ ଗୋଷ୍ଠୀ ୧ ଲକ୍ଷ ୬୯ ହଜାର ୨ ଶହ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଯୁବତୀ  ବେଲପାହାଡ଼ ଗାନ୍ଧିନଗରର ଶକ୍ତି ଛତରଙ୍କ ଝିଅ ନୀତା ଏନେଇ ଥାନାରେ ଏତଲା ଦାୟର କରିଛନ୍ତି ।

ନୀତାଙ୍କ ଅଭିଯୋଗ ଅନୁସାରେ ଫେବୃଆରୀ ୨୩ ତାରିଖ ରାତି ଏକ ଅଜଣା ନମ୍ବରରୁ କେହି ଜଣେ ଫୋନ କରି ନିଜକୁ କେବିସିର ସଦସ୍ୟ ​‌ବୋଲି ପରିଚୟ ଦେବା ସହିତ ଆପଣ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କୌଶଳ କ୍ରମେ ପ୍ରଲୋଭନ ଦେଖାଇଥିଲା । ନୀତା ଏଥିରେ ବିସ୍ମିତ ହୋଇ କିଛି କରି ନ ଥିଲେ ହେଁ ଲଟେରୀ କେମିତି ଜିତିଲେ ବୋଲି ପଚାରିବାରୁ ଲକି ସିମ୍ ଡ୍ର ସମୟରେ ଆପଣ ଲଟେରୀ ଜିତିଛନ୍ତି ବୋଲି ଫୋନ କରିଥିବା ବ୍ୟକ୍ତି ଜଣକ କହିବା ସହ ଏହି କଥା ଅନ୍ୟତ୍ର କାହାକୁ ପ୍ରଘଟ ନ କରିବା ପାଇଁ ପରାମର୍ଶ ଦେଇଥିଲା । ଏହାର ପରବର୍ତ୍ତି ଦିନ (ଗତ ୨୪ ତାରିଖ) ପୁଣି ସେହି ବ୍ୟକ୍ତି ଜଣକ ଫୋନ କରି ଲଟେରୀ ଟଙ୍କା ଆପଣଙ୍କ ଆକାଉଣ୍ଟରେ ପକାଇ ଦିଆଯିବ ହେଲେ ଏଥିପାଇଁ ସରକାରୀ ଟ୍ୟାକ୍ସ ବାବଦରେ ଦେୟ ସକାଶେ ବିକାଶ ରାମଙ୍କ ଆକାଉଣ୍ଟ ନମ୍ବର (୩୯୯୯୫୬୬୬୨୩୧)ରେ ୧୮ ହଜାର ୨ଶହ ଟଙ୍କା ଜମା କରିବାକୁ ହେବ କହିଥିଲା । ସରଳ ବିଶ୍ବାସୀ ନୀତା ବେଲପାହାଡ଼ର ଏକ ମିନି ବ୍ୟାଙ୍କରୁ ଉକ୍ତ ପରିମାଣର ଟଙ୍କା ଜମା କରିଥିଲେ । ଏହାପରେ ସାଇବର ଠକର କଥାରେ ପଡ଼ି ନୀତା ସେହିଦିନ ପୁଣି ୩୫ ହଜାର, ୩୬ ହଜାର ଟଙ୍କା ମିଶି ମୋଟ ୮୯ ହଜାର ୨ ଶହ ଟଙ୍କା ପଠାଇଥିଲେ । ଏହା ପରେ ୨୫ ତାରିଖ ପୁଣି ସାଇବର ଠକର କଥାରେ ପଡ଼ି ପୁଣି ୪୦ ହଜାର ଲେଖାଏଁ ଦୁଇ ଥର ମିଶି ୮୦ ହଜାର ଟଙ୍କା ଜମା କରିଥିଲେ । ଏମିତିରେ ସେ ସମୁଦାୟ ୧ ଲକ୍ଷ ୬୯ ହଜାର ୨ ଶହ ଟଙ୍କା ସାଇବର ଠକଙ୍କ ଆକାଉଣ୍ଟରେ ଜମା କରିଥିବା ପ୍ରକାଶ କରିଛନ୍ତି ।

- Advertisement -

ସାଇବର ଠକ ଜଣକ ୩୫ ଲକ୍ଷ ଟଙ୍କା ଆସିବ ବୋଲି ଫୋନ ମାଧ୍ୟମରେ ବାରମ୍ବାର ପ୍ରଲୋଭନ ଦେଖାଉଥିଲେ ହେଁ ଟଙ୍କା ନ ଆସିବାରୁ ନୀତା ବିବ୍ରତ ହୋଇ ପୁଣି ଫୋନ କରିଥିଲେ । ଠକ ଜଣକ ପୁଣି ୬୫ ହଜାର ଟଙ୍କା ଜମା ନ କଲେ ଲଟେରୀର ୩୫ ଲକ୍ଷ ଟଙ୍କା ଆସିବ ନାହିଁ ବୋଲି କହିବାରୁ ନୀତାଙ୍କ ମନରେ ସନ୍ଦେହ ହେଲା । ସନ୍ଦେହ ଦୂର କରିବା ପାଇଁ ସାଇବର ଠକ ଜଣକ ନୀତାଙ୍କ ହ୍ୱାଟ୍ସଆପ ନମ୍ବରରେ ୩୫ ଲକ୍ଷ ଟଙ୍କାର ଜାଲ ଚେକ ପଠାଇଥିଲା ।  ତା ପରେ ବି ନୀତା ଟଙ୍କା ଜମା ନ କରିବାରୁ ୨୬ ତାରିଖ ସାଇବର ଠକ ପୁଣି ନୀତାଙ୍କୁ ଫୋନ କରି ୬୫ ହଜାର ଟଙ୍କା ପଠାଇଲେ କେବିସିରେ କାମ କରୁଥିବା ତାଙ୍କର ଜଣେ ସଦସ୍ୟ ଦୁବାଇ ଯାଇ ଟଙ୍କା ଆଣିବ ବୋଲି କହିଥିଲା । ହେଲେ ସେତିକି ବେଳକୁ ନୀତା ଏବଂ ତାଙ୍କ ପରିବାର ଲୋକେ ବର୍ଷ ବର୍ଷ ଧରି ବହୁ କଷ୍ଟରେ ଜମା କରିଥିବା ସବୁ ପୁଞ୍ଜି ଠକକୁ ଦେଇ ସାରିଥିବାରୁ ତାଙ୍କ ପାଖରେ ଆଉ କୌଣସି ଟଙ୍କା ନ ଥିବାରୁ ନିଜ ଅକ୍ଷମତା ଜାହିର କଲେ । ହେଲେ ସାଇବର ଠକ ଜଣକ ଉକ୍ତ  ଟଙ୍କା  ନଦେଲେ ଲଟେରୀ ଟଙ୍କା ମିଳିବ ନାହିଁ ବୋଲି ବାରମ୍ବାର ଚେତାବନୀ ଦେବାରୁ ଶେଷରେ ନୀତା ବୋଲପାହାଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନୀତାଙ୍କ ଅଭିଯୋଗ ଅନୁସାରେ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories