ରେଳବାଇରେ ବମ୍ପର ନିଯୁକ୍ତି ସୁଯୋଗ! ଆରପିଏଫରେ ୪୬୬୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସମାଜ ଡିଜିଟାଲ ଡେସ୍କ: ରେଳବାଇରେ ସରକାରୀ ଚାକିରି ଆଶାୟୀମାନଙ୍କ ପାଇଁ ବଡ଼ ଖବର। ରେଳବାଇ ସୁରକ୍ଷା ବଳରେ କନଷ୍ଟେବଳ ଏବଂ ସବ୍‌‌ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ରେଳବାଇ ନିଯୁକ୍ତି ବୋର୍ଡ଼। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍‌‌ ୪ ହଜାର ୬୬୦ ଖାଲି ପଦବୀ ପୂରଣ ହେବ, ଯେଉଁଥିରେ ୪୨୦୮ଟି କନଷ୍ଟେବଳ ପଦବୀ ଏବଂ ୪୫୨ଟି ସବ୍‌‌ ଇନ୍ସପେକ୍ଟର ପଦବୀ ରହିଛି। ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀ ଅଫିସିଆଲ୍‌‌ ୱେବସାଇଟ୍‌‌କୁ ଯାଇ ଆବେଦନ କରିପାରିବେ। ଏଥିରେ ଆବେଦନ ପାଇଁ ଆଜି ଅର୍ଥାତ୍‌‌ ଏପ୍ରିଲ ୧୫ରେ ଲିଙ୍କ୍‌‌ ଆକ୍ଟିଭ୍‌‌ କରିଦିଆଯାଇଛି। ଆବେଦନର ଶେଷ ତାରିଖ ମେ’ ୧୪ ରହିଛି।

ଆରପିଏଫ କନଷ୍ଟେବଳ, ଏସଆଇ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

ଆରପିଏଫ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ନିଶ୍ଚିତ ଭାବେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ଼ରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ସେହିପରି ସବ୍‌‌ ଇନ୍ସପେକ୍ଟର ପଦବୀରେ ଆବେଦନ ପାଇଁ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା:

ଆରପିଏଫ କନଷ୍ଟେବଳ ପଦବୀରେ ଆବେଦନ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ। ଅପରପକ୍ଷେ, ଏସଆଇ ପଦବୀ ପାଇଁ ବୟସସୀମା ୨୦-୨୮ ବର୍ଷ ରହିଛି। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ କୋହଳ ଆଧାରରେ ସର୍ବାଧିକ ବୟସରେ କୋହଳ ପ୍ରଦାନ କରାଯିବ।

କେମିତି କରିବେ ଆବେଦନ:

-ସର୍ବପ୍ରଥମେ rpfindianrailways.gov.inକୁ ଯାଆନ୍ତୁ।

-ହୋମ୍‌ପେଜ୍‌କୁ ଯାଇ RPF Constable & SI Recruitment 2024 ଲିଙ୍କ୍‌ ଉପରେ କ୍ଲିକ୍ କରନ୍ତୁ।

-ଏଠାରେ ପଞ୍ଜିକରଣ କରନ୍ତୁ, ପଞ୍ଜିକରଣ ସଂଖ୍ୟା ଓ ପାସଓ୍ବର୍ଡ ଏସଏମଏସ ଜରିଆରେ ମୋବାଇଲ୍‌କୁ ଆସିଯିବ।

-ଏହାପରେ ଆବେଦନ ଫର୍ମ ଭରନ୍ତୁ।

-ଏଠାରେ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକୁ ସ୍କାନ କରି ଅପଲୋଡ୍‌ କରନ୍ତୁ।

-ଏବେ ଆବେଦନ ଶୁଳ୍କ ଭରି ସବ୍‌ମିଟ୍‌ ଉପରେ କ୍ଲିକ୍‌ କରନ୍ତୁ।

-ଏହାପରେ ଆପଣଙ୍କ ଆବେଦନ ଗ୍ରହଣ କରିନିଆଯିବ।

Comments are closed.