www.samajalive.in
Saturday, December 6, 2025
26.1 C
Bhubaneswar

ରୟାଲ ଏନଫିଲ୍ଡ ହିମାଲୟନର ଆସିବ ଇଲେକ୍ଟ୍ରିକ୍ ମଡେଲ, ସାମ୍ନାକୁ ଆସିଲା ଫଟୋ

ଭୁବନେଶ୍ବର : ରୟାଲ ଏନଫିଲ୍ଡ ଅନେକ ସମୟ ଧରି ନିଜ ହିମାଲୟନ ଇଲେକ୍ଟ୍ରିକ୍ ବାଇକର ଟେଷ୍ଟିଂ କରିଆସୁଛି । କମ୍ପାନୀ ଏହି ଆଡଭେଞ୍ଚର ବାଇକକୁ ପାହାଡ ଅଞ୍ଚଳରେ, ଖାସ୍ କରି ଲଦାଖ୍ ଭଳି ରାସ୍ତାରେ ଟେଷ୍ଟିଂ କରୁଛି । ପୂର୍ବରୁ କମ୍ପାନୀ ପ୍ରି-ପ୍ରଡକ୍ସନ ମଡେଲର କିଛି ଫଟୋ ସେୟାର କରିଥିଲା । ଏବେ ସାମ୍ନାକୁ ଆସିଥିବା ଫଟୋ ଏସମ୍ପର୍କରେ ଅଧିକ ତଥ୍ୟ ବଖାଣୁଛି ।

ବାଇକରେ ୟୁଏସଡି ଫ୍ରଣ୍ଟ ଫୋକର୍ସ, ରିୟର ମୋନୋ-ଶକ୍, ଡିସ୍କ ବ୍ରେକ୍ ଓ ଏକ ନୂଆ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି । ଏଥିରେ ଭିନ୍ନ ଭିନ୍ନ ରାଇଡ୍ ମୋଡସ ମିଳିବ । ବାଇକରେ ୧୪ କିଲୋଓ୍ବାଟର ବ୍ୟାଟେରୀ ପ୍ୟାକ୍ ଅନ୍ ବୋର୍ଡ ଚାର୍ଜର ସହିତ ଦିଆଯିବ । ବାଇକରେ ଅଲ୍ ଇଲେକ୍ଟ୍ରିକ୍ ସେଟଅପ୍ ମିଳିବ । ଲାଟେଷ୍ଟ ଫଟୋରେ ବାଇକକୁ ଏଲଇଡି ହେଡଲ୍ୟାମ୍ପ, ଟଲ ଓ୍ବିଣ୍ଡସ୍କ୍ରିନ୍, ବ୍ଲାକ୍ ସିଲଭର ସାଇଡ୍ ପ୍ୟାନେଲ୍ ଓ ନୂଆ ଏଲଇଡି ଇଣ୍ଡିକେଟର୍ସ ସହିତ ଦେଖିବାକୁ ମିଳିଛି । ଲମ୍ବା ସିଟ୍, ରିୟର ଲଗେଡ୍ ରାକ୍, ଗୋଲ୍ଡେନ୍ ସ୍ପୋକ୍ ଟାୟାର୍ ମିଳିବ । ଏହାର ମୋଟର ପ୍ରାୟ ୧୦୦ ବିଏଚପିର ପାଓ୍ବର ଦେବ ବୋଲି ସୂଚନା ମିଳିଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories