www.samajalive.in
Monday, December 8, 2025
24.1 C
Bhubaneswar

ବିଶିଷ୍ଟ ସମାଜସେବୀ ଡାକ୍ତର ଆର. ବି. ମହାପାତ୍ରଙ୍କ ବିୟୋଗ

ସାରନଗରୀ / ରାଉରକେଲା: ରାଉରକେଲାର ଜଣାଶୁଣା ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସକ ଡାକ୍ତର ଆର. ବି. ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳି ଯାଇଛି. ଭୁବନେଶ୍ୱରସ୍ଥିତ କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥରେ ଗତକାଲି ବିଳମ୍ବିତ ରାତିରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ବର୍ଗତ ମହାପାତ୍ର ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ବରିଷ୍ଠ ଉପ ନିର୍ଦେଶକ ଭାବେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ । ସେ ବୁର୍ଲା ସ୍ଥିତ ଭି ସଏସ ମେଡିକାଲ କଲେଜର ପ୍ରାକ୍ତନ ସଭାପତି ଭାବେ ସଫଳ ନେତୃତ୍ୱକୁ ପ୍ରତିପାଦନ କରିଥିଲେ। ରାଉରକେଲାର ଜଣାଶୁଣା ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ର ବର୍ତମାନ ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ଗାୟତ୍ରୀ ପରିବାରର ଜଣେ ସଫଳ କର୍ମକର୍ତା ଓ ଶ୍ରଦ୍ଧାଳୁ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା। ରାଉରକେଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଓତପ୍ରୋତ ଭାବେ ଜଡିତ ଥିଲେ । ତାଙ୍କର ବିୟୋଗ ଖବର ପହଂଚିବା ମାତ୍ରେ ରାଉରକେଲାର ବିଭିନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକଟ କରିଛନ୍ତି ଏହା ରାଉରକେଲା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଦର୍ଶାଯାଇଛି।

 

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories