www.samajalive.in
Saturday, December 6, 2025
26.1 C
Bhubaneswar

ବକ୍ସ ଅଫିସରେ ‘ରକେଟ୍ରୀ’-‘ଓମ୍‌’ ମଧ୍ୟରେ କଡ଼ା ଟକ୍କର: କିଏ ମାରିବ ବାଜି?

ମୁମ୍ବାଇ: ବକ୍ସ ଅଫିସରେ ଶୁକ୍ରବାର ଦୁଇଟି ବଲିଉଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ‘ଓମ୍‌ ଦି ବେଟେଲ୍‌ ୱିଦିନ୍‌’ ଏବଂ ‘ରକେଟ୍ରୀ-ଦି ନମ୍ବି ଇଫେକ୍ଟ’ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ବକ୍ସ ଅଫିସର ଏହି ଯୁଦ୍ଧରେ କିଏ ବାଜି ମାରିବ ଗୋଟିଏ ଦିନ ପରେ ଜଣାପଡ଼ିଯିବ। ତେବେ ଆସନ୍ତୁ ଏହା ପୂର୍ବରୁ ଦୁଇଟି ଯାକ ଚଳଚ୍ଚିତ୍ରର ଆୟକୁ ନେଇ କରାଯାଇଥିବା ଆକଳନ ବିଷୟରେ ଜାଣିବା।

- Advertisement -

ଆଦିତ୍ୟ ରୟ କପୁରଙ୍କ ଓମ୍‌ ଏବଂ ଆର. ମାଧବନଙ୍କ ରକେଟ୍ରୀ ଉଭୟ ଭିନ୍ନ ଧରଣର ଚଳଚ୍ଚିତ୍ର। ମାଧବନଙ୍କ ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଯେବେଠାରୁ ଏହି ଫିଲ୍ମ ତିଆରି ଆରମ୍ଭ ହୋଇଛି, ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଖାସ୍‌ କରି ମାଧବନଙ୍କ ଲୁକ୍‌ ପୋଷ୍ଟର ରିଲିଜ୍‌ ହେବା ପରେ ପ୍ରଶଂସକମାନଙ୍କ ଉତ୍ସାହ ଦୁଇ ଗୁଣା ହୋଇଯାଇଛି। ମାଧବନଙ୍କ ପ୍ରଶଂସକଙ୍କ ପାଇଁ ଏହି ଚଳଚ୍ଚିତ୍ର ଖାସ୍‌ ହେବାର ଆଉ ଏକ କାରଣ ହେଉଛି ଅଭିନୟ ସହିତ ଏହାର ନିର୍ଦେଶନା ମଧ୍ୟ ନିଜେ ଅଭିନେତା ଦେଇଛନ୍ତି।

ଅପରପକ୍ଷେ, ଆଦିତ୍ୟଙ୍କ ‘ଓମ୍‌ ଦି ବେଟେଲ୍‌ ୱିଦିନ୍‌’ରେ ମଧ୍ୟ ସେସବୁ ଜିନିଷ ଭରପୁର ହୋଇ ଅଛି, ଯାହା ଗୋଟିଏ ଚଳଚ୍ଚିତ୍ରକୁ ହିଟ୍‌ କରିବାକୁ ଆବଶ୍ୟକ। ସର୍ବୋପରି ଉଭୟ ଚଳଚ୍ଚିତ୍ର ମଧ୍ୟରେ ତୁଳନା କଲେ ଟ୍ରେଡ଼୍‌ ଆନାଲିଷ୍ଟଙ୍କ ଆକଳନ ମୁତାବକ ‘ଓମ୍‌’ ଉପରେ ‘ରକେଟ୍ରୀ’ ଭାରି ପଡ଼ିପାରେ। ରିପୋର୍ଟ ମୁତାବକ, ପ୍ରଥମ ଦିନରେ ‘ରକେଟ୍ରୀ’ ୪-୫ କୋଟି ଏବଂ ‘ଓମ୍‌’ ୨-୩ କୋଟି ଟଙ୍କା ଆୟ କରିପାରେ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories