www.samajalive.in
Wednesday, December 10, 2025
18.1 C
Bhubaneswar

ଇଦ ଅଲ-ଆଧା ପୂର୍ବରୁ ଆଫଗାନ ରାଷ୍ଟ୍ରପତି ପ୍ରାସାଦକୁ ଲକ୍ଷ୍ୟ କରି ରକେଟ ଆକ୍ରମଣ

କାବୁଲ: ଆମେରିକା ସୈନ୍ୟମାନେ ଆଫଗାନିସ୍ତାନରୁ ଓହରିଯିବା ପରବର୍ତ୍ତୀ ସମୟରେ ତାଲିବାନ ଆତଙ୍କି ଗୋଷ୍ଠୀ ଦେଶର ଗୋଟିଏ ପରେ ଗୋଟିଏ ଜିଲାକୁ ନିଜ ଦଖଲକୁ ନେଇଚାଲିଥିôବାବେଳେ ସୋମବାର ଦିନ ଦେଶର ରାଷ୍ଟ୍ରପତି ପ୍ରସାଦକୁ ଲକ୍ଷ୍ୟ କରି ଦୁଇଟି ରକେଟ ଆକ୍ରମଣ କରାଯାଇଛି । ଇଦ ଅଲ୍‍-ଆଧା ଉତ୍ସବ ଅବସରରେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘନି ସମବେତ ଜନତାଙ୍କୁ ଉଦବୋଧନ ଦେବାର କିଛି ସମୟ ପୂର୍ବରୁ ଏହି ଆକ୍ରମଣ କରାଯାଇଥିଲା । ସ୍ଥାନୀୟ ସମୟ ସକାଳ ୮ଟାରେ କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଅଞ୍ଚଳକୁ ଲକ୍ଷ୍ୟ କରି ରକେଟ ମାଡ କରାଯାଇଥିଲା । ଉକ୍ତ ଅଞ୍ଚଳରେ ଦେଶର ରାଷ୍ଟ୍ରପତିଙ୍କ ବାସଭବନ ସହିତ ଆମେରିକା ଏବଂ ଅନ୍ୟ ବହୁ ଦେଶର ଦୂତାବାସ ରହିଛି ।

ଆଫଗାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ମିରୱେଜ ସ୍ତାନିକଜାଇ କହିଛନ୍ତି, ଆଫଗାନିସ୍ତାନର ଶତ୍ରୁମାନେ କାବୁଲ ସହରର ବିଭିନ୍ନ ସ୍ଥାନରେ ରକେଟ ଆକ୍ରମଣ କରିଛନ୍ତି । ସମସ୍ତ ରକେଟ ସହରର ତିନିଟି ଭିନ୍ନ ଭିନ୍ନ ସ୍ଥାନରେ ପଡିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ ଏଥିରେ କାହାର ମୃତ୍ୟୁ ଘଟିନାହିଁ । ଏ ସମ୍ପର୍କରେ ନିରାପତ୍ତା ବାହିନୀ ତଦନ୍ତ ଆରମ୍ଭ କରିଛି । ତେବେ ରକେଟ ଆକ୍ରମଣ ପରେ ଘନି ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ । ସେ କହିଥିଲେ ଯେ ଆଫଗାନିସ୍ତାନ ଜନସାଧାରଣ ସେମାନଙ୍କ ନିଜ ଦେଶରେ ନିଜ ଭବିଷ୍ୟତ ନିର୍ଦ୍ଧାରଣ କରିବେ । ସେମାନେ ଏକତ୍ରିତ ରହିଛନ୍ତି ବୋଲି କାର୍ଯ୍ୟରେ କରି ଦେଖାଇବାକୁ ପଡିବ । ସେମାନେ ଆଗାମୀ ତିନିମାସରୁ ଛଅମାସ ମଜଭୁତ ଭାବରେ ରହିଲେ ପରିସ୍ଥିତି ବଦଳିଯିବ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories