www.samajalive.in
Saturday, December 6, 2025
26.1 C
Bhubaneswar

ବିକାନେର ଜମି ଜାଲିଆତି;ରବର୍ଟ ଭଦ୍ରାଙ୍କୁ ଇଡିର ନୋଟିସ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ମାଲିକାନାରେ ଥିବା ସଂସ୍ଥା ନାମରେ ବିକାନେର ଜମି ଜାଲିଆତି ମାମଲାରେ ନୋଟିସ ଜାରି କରାଯାଇଛି। ଚଳିତ ମାସର ପ୍ରଥମାର୍ଦ୍ଧରେ ଇଡି ନୋଟିସ ଜାରି କରିଥିଲେ ମଧ୍ୟ ପ୍ରଥମ ସମନକୁ ରବର୍ଟ ଅସ୍ୱୀକାର କରିବା ପରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ ଜାରି କରିଛି।
ରାଜସ୍ଥାନର ବିକାନେରସ୍ଥିତ ୩୬୦ଏକର ଜମି କିଣାବିକା ଜାଲିଆତିକୁ କେନ୍ଦ୍ର କରି ଇଡି ପକ୍ଷରୁ ତଦନ୍ତ ଅବ୍ୟାହତ ରହିଛି। ସରକାର ପୂର୍ବରୁ ଏହି ଜମି କିଣାବିକାକୁ ବେଆଇନ ଘୋଷଣା କରିଛନ୍ତି। ସରକାରୀ ଜମି କିପରି ପ୍ରଦାନ କରାଗଲା ଏହାକୁ ନେଇ ଇଡି ତଦନ୍ତ ଚଲାଇଛି।
ଏହି ଜାଲିଆତିରେ ରବାର୍ଟ ଭଦ୍ରାଙ୍କ ନାମ ନଥିଲେ ମଧ୍ୟ ତାଙ୍କ କମ୍ପାନୀ ସ୍କାଇଲାଇଟ ହସପିଲାଟି ନାମକ ସଂସ୍ଥା ନାମରେ ମାମଲା ରୁଜୁ ହୋଇଛି। ଏହି କମ୍ପାନୀ ପ୍ରଥମେ ଜମି କିଣି ପରେ ଏହାକୁ ଅନ୍ୟକୁ ବିକ୍ରି କରିଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories