www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତାନିର୍ମାଣରେ ଅନିୟମିତତା ଅଭିଯୋଗ, ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ବଲାଙ୍ଗିର: ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ କୁବୁରିମହୁଲ ଠାରୁ ବରଘାଟୀ ରାସ୍ତା ନିର୍ମାଣରେ ଅନେକ ଅନିୟମିତତା ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ୧୦ କିମି ରାସ୍ତା ନିର୍ମାଣ କରିବା ବଦଳରେ ସଂପୃକ୍ତ ଠିକାଦାର ଜଣକ ମାତ୍ର କିଛି ମିଟର ରାସ୍ତା ତିଆରି କରି କାମ ସାରିଦେଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଦେଓଗାଁ ବ୍ଲକ କୁବୁରିମହୁଲଠାରୁ ବରଘାଟ ପର୍ୟ୍ୟନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ଅନୁଦାନ ମଞ୍ଜୁର କରାଯାଇଥିଲା। ପ୍ରାୟ ୧୦ କିମି ରାସ୍ତା ନିର୍ମାଣ କରିବା ପାଇଁ ଏହି ଟଙ୍କା ମଞ୍ଜୁର ହୋଇଥିବା ବେଳେ କାମ କରିଥିବା ଠିକାଦାର ଜଣକ ମାତ୍ର ୨୫୦ ମିଟର ରାସ୍ତା ନିର୍ମାଣ କରିଥିବା କୁବୁରିବହୁଲ ଗାଁଲୋକେ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ରାସ୍ତାରେ ଲଗାଯାଇଥିବା ଏକ ସୂଚନା ଫଳକରେ ୨୫୦ ମିଟର ଲେଖାଯାଇଥିଲା କିନ୍ତୁ ପରେ ତାକୁ ପରିବର୍ତ୍ତନ କରି ୧୦ କିମି ଲେଖାଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଫଳରେ ଏହି ରାସ୍ତାକାମରେ ବଡ ଧରଣର ଦୁର୍ନୀତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୁରୁବାର ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ। ତେବେ ଏହି ଦୁର୍ନୀତିର ତଦନ୍ତ କରି ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories