www.samajalive.in
Monday, December 8, 2025
27.1 C
Bhubaneswar

ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି, ଗଛ ଉପୁଡି ରାସ୍ତା ଅବରୋଧ

ଗୋପାଳପୁର : ଗତ ଦୁଇଦିନ ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ବିକ୍ଷିପ୍ତ ବର୍ଷା ହୋଇଥିବା ବେଳେ ଗୋପାଳପୁର ସମେତ ରଙ୍ଗେଇଲୁଣ୍ଡା ବ୍ଲକରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ପରିଲିକ୍ଷିତ ହୋଇଥିଲା। ଗୋପାଳପୁରରେ ବିକ୍ଷିପ୍ତ ବର୍ଷା ଯୋଗୁଁ ଓ୍ବାର୍ଡ ନଂ ୧ ଓ ୨ ର ତଳିଆ ଅଞ୍ଚଳର ମେଫେୟାର ରୋଡ କଡ଼ ସାହି ଓ ସତ୍ୟ ସାହି ବାବା ସାହିରେ ବର୍ଷା ଜଳ ଜମିବା ସହ ଘର ମଧ୍ୟରେ ପସି ଯାଇଥିଲା। ଏହା ନେଇ ସାହି ବାସିନ୍ଦାଙ୍କ ପକ୍ଷରୁ ଏନଏସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏନଏସି ପକ୍ଷରୁ ଉଭୟ ସ୍ଥାନରେ ତୁରନ୍ତ କର୍ମଚାରୀମାନେ ପମ୍ପ ନେଇ ଉଭୟ ସ୍ଥାନରେ ପହଞ୍ଚି ଜମି ରହିଥିବା ବର୍ଷା ଜଳକୁ ନିଷ୍କାସନ କରିଥିଲେ। ସେହିପରି ଆଜି ସକାଳ ୯ ଟା ବେଳେ ବସଷ୍ଟାଣ୍ଡ ରାସ୍ତାରେ ଥିବା ଏକ ବିରାଟ ଗଛ ହଠାତ ଉପୁଡ଼ି ପଡି ରାସ୍ତା ଅବରୋଧ କରିଥିଲା। ଖବର ପାଇ ଘଟଣାସ୍ଥଳରେ ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ ପହଞ୍ଚି ଅଗ୍ନିଶମ ବିଭାଗକୁ ଅବଗତ କରାଇବା ସହ ଏନଏସି କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କର ସହାୟତାରେ ଉପୁଡ଼ି ପଡ଼ିଥିବା ଗଛକୁ ତୁରନ୍ତ ରାସ୍ତା ଉପରୁ ଉଠାଇ ଯାତାୟାତ ସ୍ବାଭାବିକ କରିଥିଲେ।

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories