www.samajalive.in
Monday, December 8, 2025
20.1 C
Bhubaneswar

ସଡ଼କ ଦୁର୍ଘଟଣାରେ ୧ମୃତ, ୨ଗୁରୁତର

କଲମପୁର : କଳାହାଣ୍ଡି ଜିଲା ମୋଟେର ଜୟପାଟଣା ମୁଖ୍ୟରାସ୍ତାର କଲମପୁର ବ୍ଲକ ଦୁଲକିବନ୍ଧ ଗ୍ରାମ ନିକଟରେ ଏକ ମଟରସାଇକଲ ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହେଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, କୋକସରା ବ୍ଲକ ଅଧିନସ୍ଥ ଗମ୍ଭାରୀଗୁଡାର ଜଗଦାନନ୍ଦ ପରାଭୋଇ(୨୫) କଲମପୁର ବ୍ଲକ ଗଡିଆଜୋର ଠାରେ ଥିବା ନିଜ ମାମୁଁ ଖଗେଶ୍ୱର ପରାଭୋଇ ଓ ଅନ୍ୟ ଜଣେ ବାଳିକା ଏକ ମଟରସାଇକଲ ଯେଗେ ଗଡିଆଜୋରରେ ନିଜ ମାମୁଙ୍କୁ ଛାଡି ଜୟପାଟଣା ମୋଟେର ରାସ୍ତାରେ ଫେରୁଥିବା ବେଳେ ଦୁଲକିବନ୍ଧ ନିକଟରେ ଏକ ସାଇକଲଆରୋହୀଙ୍କ ସହିତ ଧକ୍କା ହେଇଥିଲା। ଯାହା ଫଳରେ ମଟର ସାଇକଲ ଚାଳକ ଜଗଦାନ୍ଦ ଗାଡି ଉପରୁ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡିଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମାମୁଁ ଖଗେଶ୍ୱର ଓ ଅନ୍ୟ ଜଣେ ବାଳିକା ଗୁରୁତର ହେଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ମୃତକ ଜଗଦାନନ୍ଦର ମୃତଦେହକୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।
ମୃତକ ଜଗଦାନନ୍ଦର ଏକ ଭଉଣୀ ଜୟପାଟଣାର ଜଣେ ଯୁବକ ସହିତ ଫେରାର ହୋଇଯାଇଥିଲା। ଏହି ଘଟଣାର ମିମାଂସା ପାଇଁ ଏକ ଗାଡି ଯୋଗେ ଜଗଦାନନ୍ଦର ସମ୍ପର୍କୀୟ, ବନ୍ଧୁ ବାନ୍ଧବ ଆସିଥିଲେ। ସେଠାରେ ଘଟଣାର ମିମାଂସା କରାଯାଇଥିଲା। ଏହାସହ ଏକ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା। ଭୋଜି ଖାଇସାରିବା ପରେ ନିଜ ମାମୁଁଙ୍କୁ ତାଙ୍କ ଗାଁ ଗଡିଆଜୋରରେ ଛାଡି ଦେବା ପାଇଁ ଜଗଦାନନ୍ଦ ଏକ ବାଇକରେ ଅନ୍ୟ ଏକ ସମ୍ପର୍କୀୟ ବାଳିକାକୁ ଧରି ଜୟପାଟଣା ମୋଟେର ରାସ୍ତାରେ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ବିଭାଗ ଓ ପୁଲିସ ପ୍ରଶାସନ ତରଫରୁ ଦୁର୍ଘଟଣାସ୍ଥଳ ଓ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଗତିରୋଧକ ବ୍ୟବସ୍ଥା କରୁନଥିବାରୁ ଦୁର୍ଘଟଣା ଘଟିଚାଲିଥିବା ଜନ ସାଧାରଣ ଅଭିଯୋଗ କରୁଛନ୍ତି। ତେଣୁ ତୁରନ୍ତ ଦୁଲକିବନ୍ଧ ଛକ, କୁଟୃଛକ, ଗୁନଗୁନିଆ, ରଣମାଲ, ବିଜମରା, ବାନେର ଓ ଖଲିଆଭଟା ନିକଟରେ ଗତିରୋଧକର ବ୍ୟବସ୍ଥା କରାଯିବା ପାଇଁ ଦାବି କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories