ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କଲେ ରୁତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା

ଭୁବନେଶ୍ୱର: ଚଳିତ ବର୍ଷର ଅଲ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ୨ ଓଡ଼ିଆ ଖେଳାଳି । ଯୋଗ୍ୟତା ଅର୍ଜନ କରିଛନ୍ତି ରୁତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା । ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିବାରେ ଏହି ଦୁଇ ଜଣ ପ୍ରଥମ ଓଡ଼ିଆ ହୋଇଛନ୍ତି । ଇଂଲଣ୍ଡର ବର୍ମିଂହମ୍‍ ଠାରେ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଏହି ପ୍ରତିଯୋଗିତା ବେଶ ଲୋକପ୍ରିୟ ହୋଇଥିବା ବେଳେ ବଡ ବଡ ଖେଳାଳିମାନେ ଏଥିରେ ସାମିଲ ହୋଇଥାନ୍ତି ।

Comments are closed.