www.samajalive.in
Monday, December 8, 2025
20.1 C
Bhubaneswar

ସନକଙ୍କ ବଂଶୋଦ୍ଭବ ନେଇ ପାକିସ୍ତାନର ଦାବି

ଲଣ୍ଡନ: ଋଷି ସନକ (୪୨) ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ବଂଶୋଦ୍ଭବକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ସନକଙ୍କୁ ଭାରତୀୟ ବଂଶୋଦ୍ଭବ କୁହାଯାଉଥିବାବେଳେ ପାକିସ୍ତାନ ଏଥିରେ ଆପତ୍ତି ଉଠାଇଛି । ଇସଲାମାବାଦ ଦାବି କରିଛି ଯେ ସନକଙ୍କ ପୂର୍ବଜ ପାକିସ୍ତାନରେ ଜନ୍ମଗ୍ରହଣ କରିଥିବାରୁ ସେ ପାକିସ୍ତାନ ଉଦ୍ଭବ । ସନକଙ୍କ ଜେଜେବାପା ରାମଦାସ ସନକ ବ୍ରିଟିଶ ଶାସିତ ପଞ୍ଜାବ ପ୍ରଦେଶର ଗୁଜରନୱାଲାରେ ଜନ୍ମ ଗ୍ରହଣ କରିଥିଲେ। ୧୯୩୫ ମସିହାରେ ରାମଦାସ ଭାରତ ଛାଡି ଆଫ୍ରିକାର ନାଇରୋବିକୁ ଚାଲିଯାଇଥିଲେ। ଦେଶ ବିଭାଜନ ପରେ ପଞ୍ଜାବ ପ୍ରଦେଶର ଗୁଜରନୱାଲା ଏବେ ପାକିସ୍ତାନର ଅଂଶ ବିଶେଷ ହୋଇ ରହିଛି। ତେଣୁ ସନକଙ୍କୁ ପାକିସ୍ତାନ ନିଜର ବଂଶୋଦ୍ଭବ ବୋଲି ଦାବି କରୁଛି। ତେବେ ସନକଙ୍କ ଜେଜେ ମା ସୁହାଗରାଣୀ ସନକ ହେଉଛନ୍ତି ଦିଲ୍ଲୀ ବାସିନ୍ଦା। ରାମଦାସ ୧୯୩୫ରେ ନାଇରୋବି ଯାଇ ସେଠାରେ କିରାଣି ଭାବେ କାର୍ଯ୍ୟ କରିଥିଲେ। ୧୯୩୭ରେ ପତ୍ନୀ ସୁହାଗରାଣୀ ତାଙ୍କ ସହିତ ଯୋଗ ଦେଇଥିଲେ। ୧୯୬୦ରେ ରାମଦାସ ବ୍ରିଟେନ ଚାଲିଯାଇଥିଲେ। ସନକଙ୍କ ବଂଶୋଦ୍ଭବକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ଏହା ଉଭୟ ଭାରତ ଓ ପାକିସ୍ତାନ ପାଇଁ ଗର୍ବର ବିଷୟ। ଉଭୟ ଭାରତ ଓ ପାକିସ୍ତାନକୁ ୧୦୦ରୁ ଅଧିକ ବର୍ଷ ଧରି ବ୍ରିଟେନ ଶାସନ କରିଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories