www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ନବଜାତ ଶିଶୁକୁ ମୁଦି ଦେଲେ ବିଜେପି ନେତା

ଚେନ୍ନାଇ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ତାମିଲନାଡୁରେ ଜନ୍ମ ହୋଇଥିବା ଏକ ନବଜାତ ଶିଶୁକୁ ବିଜେପି ନେତା ସୁନା ମୁଦି ଉପହାର ଦେଇଛନ୍ତି। ତାମିଲନାଡୁ ବିଜେପି ଅଧ୍ୟକ୍ଷ ଟି ସୁନ୍ଦରରାଜନ ପୁରେସାକମ୍‍ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁକୁ ଏହି ସୁନା ମୁଦି ଦେଇଥିଲେ।
ସୁନ୍ଦରରାଜନଙ୍କ କହିବା ଅନୁସାରେ ମୋଦୀଙ୍କ ଜନ୍ମଦିନରେ ଯେଉଁ ଶିଶୁ ଜନ୍ମ ଗ୍ରହଣ କରିବ ସମସ୍ତଙ୍କୁ ସୁନା ମୁଦି ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ମୁଁ ଜଣେ ନବଜାତ ଶିଶୁକୁ ସୁନା ମୁଦି ଦେଇଛିି ବୋଲି ଏକ ଆଞ୍ଚଳିକ ଖବର ସଂସ୍ଥାକୁ ସୂଚନା ଦେଇଛନ୍ତି। ଅନ୍ୟ ୧୭-୧୮ ଶିଶୁଙ୍କୁ ଉପହାର ଦିଆଯାଇଛି। ତାମିଲନାଡୁ ବିଜେପି ମୁଖ୍ୟ ପେସାରେ ଜଣେ ଡାକ୍ତର। ଶିଶୁକୁ ମୁଦି ଦେଇ ସେ ଟୁଇଟରରେ ଅପଲୋଡ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜେପି ତରଫରୁ ସମଗ୍ର ଦେଶରେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories