www.samajalive.in
Sunday, December 7, 2025
15.1 C
Bhubaneswar

ଖୋଲା ଆକାଶ ତଳେ ଗଦା ହୋଇଛି ଧାନବସ୍ତା, ମଣ୍ଡିରେ ବସି ଧାରଣା ଦେଲେ ଚାଷୀ

ଟିଟିଲାଗଡ଼:ବାନ୍ଧୁପଲା ସମବାୟ ସମିତି। ଏଠାରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ରହିଛି। ପ୍ରବଳ ଶୀତରେ ଚାଷୀ ଗତ ସୋମବାର ଦିନ ଠାରୁ ୪ ଦିନ ହେଲା ଧାନ ବସ୍ତା ଜଗିଜଗି ଶାରୀରିକ ତଥା ମାନସିକ ଯନ୍ତ୍ରଣାରେ ଅତିଷ୍ଠ ହୋଇଛନ୍ତି। ସମ୍ପାଦକ ଦୁଃଖିଶ୍ୟାମ ରଣାଙ୍କ ବିରୋଧରେ ଅଭିଯୋଗ ଆଣଛନ୍ତି ଚାଷୀ। ମନଇଚ୍ଛା ଧାନ କ୍ରୟ କରୁଥିବା ଅଭିଯୋଗ ହୋଇଛି। ଆଜି ଧାନ କ୍ରୟ ପାଇଁ ଚାଷୀ ସମ୍ପାଦକଙ୍କୁ କହିବାରୁ କାର୍ଯ୍ୟାଳୟରେ ତାଲା ପକାଇ କାମ ଅଛି ବୋଲି କୁଆଡେ ଚାଲିଯିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ବୀରେନ୍ଦ୍ର ବାଗଙ୍କ ନେୃତତ୍ୱରେ ଚାଷୀମାନେ ଗୁରୁବାର ଉପଜିଲାପାଳଙ୍କୁ ଫେରାଦ ହେବାକୁ ପହଞ୍ଚିଥିଲେ। ତେବେ ଉପ ଜିଲାପାଳ ଅସୁସ୍ଥ ଥିବା ନେଇ ସାକ୍ଷାତ ହୋଇପାରିଲା ନାହିଁ। ପରେ ଶ୍ରୀ ବାଗଙ୍କ ନେତୃତ୍ୱରେ ଚାଷୀମାନେ ବହୁ ସମୟ ଧରି ମଣ୍ଡିରେ ବସି ଧାରଣା ଦେଇଥିଲେ। ଏସମ୍ପର୍କରେ ଟିଟିଲାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ଖବର ପାଇ ମଧ୍ୟ ନିଜ କାର୍ଯ୍ୟାଳୟରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ମଣ୍ଡିକୁ ଯାଇନଥିଲେ। ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅପରାହ୍ନରେ ଯୋଗାଣ ନିରୀକ୍ଷକ ପଦ୍ମଲୋଚନ ମାଝୀ ପହଞ୍ଚିଥିଲେ ହେଁ ସେ ଚାରି ଦିନ ଧରି ପେକ୍ସ ସମ୍ପାଦକ ଧାନ କ୍ରୟ କରୁ ନଥିବା ସମ୍ପର୍କରେ ଅବଗତ ନଥିବା କହିଥିଲେ। ଏନେଇ ସେ ମିଲର୍ସଙ୍କ ଅସହେଯାଗ ମୁଖ୍ୟ ସମସ୍ୟା ବୋଲି ଚାଷୀଙ୍କୁ ବୁଝାଇବା ବିସ୍ମିତ କରିଛି।

ସରକାରଙ୍କ ଆଇନ କ୍ରମେ ପେକ୍ସ ପକ୍ଷରୁ ସିଧାସଳଖ ଚାଷୀଙ୍କ ଠାରୁ ଧାନ କ୍ରୟ କରୁଥିବା ବେଳେ ମିଲର୍ସଙ୍କ କଣ ଆବଶ୍ୟକତା ତାହା ବୁଝାପଡୁନାହିଁ। ଅପରପକ୍ଷରେ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପ୍ରତି ୮ରୁ ୧୦ କେଜି କଟନି ହେଉଥିବା ନେଇ ଚାଷୀ ପ୍ରଶ୍ନ କରିବାରୁ ଯୋଗାଣ ନିରୀକ୍ଷକ ସ୍ଥାନ ଛାଡି ଚାଲିଯାଇଥିବା ଆଲୋଚନାର ବିଷୟ ହୋଇଛି। ଅନ୍ୟପକ୍ଷରେ ମଣ୍ଡିରେ ଆର୍ଏମ୍ସି ପକ୍ଷରୁ କୌଣସି ଟେଣ୍ଟ ଲାଗାଯାନାହିଁ। ପ୍ରବଳ ଶୀତରେ ଖୋଲା ଆକାଶ ତଳେ ଧାନ ବସ୍ତା କାକରରେ ଭିଜୁଥିବା ବେଳେ ତଳେ ଫଟା ପଲିଥିନ ବିଛାଯାଇଛି। ଏନେଇ ଆଦ୍ରତା ଅଧିକ ଥିବା କହି ଧାନକୁ ଫେରାଇ ନିଅ ନହେଲେ କଟନିରେ ରାଜି ହୁଅ ବୋଲି ଚାଷୀଙ୍କ ଧମକାଯାଉଥିବା ଅଭିଯୋଗ ହୋଇଛି। ଗାଇଡଲାଇନ ମୁତାବକ ରାତିରେ ଧାନବସ୍ତା ଜଗିବା ପାଇଁ ସୁରକ୍ଷା କର୍ମୀ ନିୟୋଜିତ ହେବା ଜରୁରି ରହିଛି। ହେଲେ ଚାଷୀଙ୍କୁ ତୁମ ଧାନ ତୁମେ ଜଗ ବୋଲି କୁହାଯାଉଛି। ଫଳରେ ଅନେକ ବୃଦ୍ଧ ଚାଷୀ ମଧ୍ୟ ରାତ୍ରୀରେ ଖୋଲା ଆକାଶ ତଳେ ରାତ୍ରୀଯାପନ କରୁଥିବା ଚାଷୀ ନାରାୟଣ ଛତର, ପ୍ରଦୀପ ବେହେରା, ସାନକୁମର ସାହୁ, ଆଶିଷ ବେହେରା, ଲମ୍ବୁଜ ସାହୁ, ନିରଞ୍ଜନ ମିଶ୍ର, ନେତ୍ର ସାହୁ, କ୍ଷିରସିନ୍ଧୁ ମହାନନ୍ଦ, ପଙ୍କଜ ସାହୁ, ଜିତେନ୍ଦ୍ର ଘିବେଲା, କିଶୋର ଆଡଯୁଆଡ ପ୍ରମୁଖ ଦୁଃଖରେ କହିଛନ୍ତି। ଏନେଇ କଣ୍ଟାବାଞ୍ଜି ଆର୍ଏମ୍ସି ସମ୍ପାଦକ ତୁଷାର ସେଠୀଙ୍କୁ ପଚାରିବାରୁ ଟେଣ୍ଟ ଲଗାଇବା ପାଇଁ ପେକ୍ସ ସମ୍ପାଦକଙ୍କୁ ଟଙ୍କା ଦିଆଯାଇଛି ବୋଲି କହିଛନ୍ତି।

- Advertisement -

ଗତ ନଭେମ୍ବର ୧୮ରେ ଟିଟିଲାଗଡ ଉପଜିଲାପାଳ ମଣ୍ଡି ଉଦଘାଟନ କରିଥିଲେ। ପ୍ରତ୍ୟେକ ଦିନ ଚାଷୀଙ୍କ ଠାରୁ ଏକ ହଜାର କ୍ୱିଣ୍ଟଲ ଧାନ କ୍ରୟ କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ୪୨ ଦିନ ବିତିଯିବା ପରେ ମଧ୍ୟ ବାନ୍ଧୁପଲା ମଣ୍ଡିରେ ମାତ୍ର ୭ ହଜାର କ୍ୱିଣ୍ଟଲ ଧାନ ହିଁ କ୍ରୟ ହୋଇଛି। ଟିଟିଲାଗଡ ଉପଖଣ୍ଡ ସବୁଠି ଏଭଳି ସମସ୍ୟା ବୋଲି ଚାଷୀ ନେତା ଅଭିଯୋଗ କରିଛନ୍ତି। ଅପରପକ୍ଷରେ କିଛି ନିର୍ଦ୍ଦିଷ୍ଟ ରାଇସ ମିଲ ଅପର୍ଯ୍ୟାପ୍ତ ପରିମାଣରେ ଧାନ ଦଲାଲଙ୍କ ଜରିଆରେ ସାଉଁଟୁ ଥିବା ଜଣାପଡିଛି। ମଣ୍ଡିରେ ଧାନ କ୍ରୟରେ ଅବହେଳା, ଟୋକନ ପ୍ରଦାନରେ ଅନିୟମିତତା, କଟନି ଛଟନି କରି ହଇରାଣ ହରକତ କଲେ ଆଉ ଚାଷୀ ମଣ୍ଡିକୁ ଆସିବେ ନାହିଁ। ସିଧାସଳଖ ରାଇସ ମିଲ ନହେଲେ ଦଲାଲଙ୍କୁ ନିଜ ଅମଳ ସମର୍ପି ଦେବେ। ଏହା ଏକ ସୁଚିନ୍ତିତ ହୀନ ଚକ୍ରାନ୍ତ ବୋଲି ଯୁବ କଂଗ୍ରେସ ଉପସଭାପତି ଶ୍ରୀ ବାଗ ଅଭିଯୋଗ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories