www.samajalive.in
Thursday, December 11, 2025
23.1 C
Bhubaneswar

ସ୍ମାର୍ଟସିଟି ପ୍ରକଳ୍ପ ସମୀକ୍ଷା କଲେ କମିସନର : ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଶେଷ ନିର୍ଦେଶ

ଉତ୍ତରଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗତ କିଛି ବର୍ଷ ଧରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ କାର୍ଯ୍ୟ ଜାରି ରହିଥିବାବେଳେ ଶେଷ ହେବାର ନାଁ ଧରୁନି। ରାସ୍ତାଘାଟ ଖାଲଖମାରେ ପୂର୍ଣ୍ଣ ହୋଇ ଯାତାୟାତ କ୍ଷେତ୍ରରେ ଘୋର ସମସ୍ୟା ସୃଷ୍ଟି କରିଛି। ରାଜଧାନୀ ବାସିନ୍ଦା ଯନ୍ତ୍ରଣା ଭୋଗ କରୁଥିବା ବେଳେ ଖୋଳା ପୋତା ସର୍ବଦା ଜାରି ରହିଛି। ଏପରି ସ୍ଥିତିରେ ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ‘ସମାଜ’ ପୃଷ୍ଠାରେ ଗତ ସପ୍ତାହକ ଭିତରେ ‘ଯାତନା ଦେଉଛି ସ୍ମାର୍ଟସିଟି’ କ୍ରମରେ ଏକାଧିକବାର ବିଭିନ୍ନ ଅଞ୍ଚଳର ସମସ୍ୟା ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଖବର ପ୍ରକାଶ ପାଇ ଆସୁଛି। ଫଳସ୍ୱରୂପ ଏହାକୁ ଗୁରୁତ୍ୱ ଦେଇ ବିଏମ୍‌ସି କମିସନର ତଥା ସ୍ମାର୍ଟସିଟି ସିଇଓ ପ୍ରେମଚନ୍ଦ୍ର ଚୌଧାରୀ ଏକ ବୈଠକ ଡକାଇଥିଲେ।

ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କମିସନର ଅଧ୍ୟକ୍ଷତା କରି ବିଭିନ୍ନ ୱାର୍ଡ ଅଞ୍ଚଳରେ ଦୀର୍ଘ ଦିନ ଧରି ଜାରି ରହିଥିବା ସମସ୍ତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। କେଉଁଥିପାଇଁ କାମ ଶେଷ ହୋଇପାରୁନି ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କଠାରୁ ବୁଝିଥିଲେ। ୫ଟି କମ୍ପାନୀ ଭିତରେ ପ୍ରମୁଖ କମ୍ପାନୀ ଭାବେ ଟାଟା କାମ ନେଇଥିବାବେଳେ ଏକାଧିକ ଠିକା ସଂସ୍ଥା କାମରେ ନିୟୋଜିତ ଥିବା ଯୋଗୁଁ ସେମାନଙ୍କ ଅବହେଳାରୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରୁନଥିବା ସେ ହୃଦ୍‌ବୋଧ କରିଥିଲେ। ୱାଟ୍‌କୋ ଅଧୀନରେ ଥିବା ୬ଟି ଜିଲାରେ ନିୟୋଜିତ ଜାଇକା, ଏଲ୍‌ ଆଣ୍ଡ ଟି, ଓପିଟିସିଏଲ, ସ୍ୱେରେଜ୍‌ ବୋର୍ଡ, ସିଟି ଇଞ୍ଜିନିୟର, ସମସ୍ତ କମ୍ପାନୀ ଏବଂ ଠିକା ସଂସ୍ଥାର ଅଧିକାରୀ ଏଥିରେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ।

- Advertisement -

ସଠିକ୍ ଭାବେ ଏବଂ ନିର୍ଦିଷ୍ଟ ସମୟରେ କାର୍ଯ୍ୟ ଶେଷ ହୋଇପାରୁନଥିବାରୁ ଆସନ୍ତା ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ କମିସନର ଉପସ୍ଥିତ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ଯେତେଗୁଡ଼ିଏ ପୁରୁଣା କାର୍ଯ୍ୟ ଚାଲିଛି ସେଗୁଡ଼ିକ ତ୍ୱରିତ ବେଗରେ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ। ଦୀର୍ଘ ବର୍ଷ ଧରି ଭୁବନେଶ୍ୱରର ୫ଟି ସ୍ଥାନରେ ​‌େ​‌ସ୍ୱରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ ଚାଲିଥିଲେବି ଅଦ୍ୟାବଧି ଗୋଟିଏ ହେଲେ ପ୍ଲାଣ୍ଟ କାମ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ସେହିପରି ରାସ୍ତା ଘାଟ ହେଉ ଅବା ୨୪ ଘଣ୍ଟିଆ ପାନୀୟଜଳ କିମ୍ବା ​‌େ​‌ସ୍ୱରେଜ୍‌ ପ୍ରଭୃତି ପ୍ରକଳ୍ପ ଧାଯ୍ୟ ସମୟ ଭିତରେ ଶେଷ ହୋଇପାରୁନି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories