www.samajalive.in
Friday, December 5, 2025
23.1 C
Bhubaneswar

ଭୋଟ ବେଳେ ହିଂସା; ମଣିପୁରର ୧୧ ବୁଥରେ ସାନି ମତଦାନ

ଇମ୍ଫାଲ: ଲୋକସଭା ନିର୍ବାଚନ ପାଇଁ ମଣିପୁରରେ ସୋମବାର ସାନି ମତଦାନ ଆରମ୍ଭ ହୋଇଛି। ଗତ ୧୯ ତାରିଖରେ ଭୋଟଗ୍ରହଣ ସମୟରେ କେତେକ ନିର୍ବାଚନମଣ୍ଡଳୀରେ ହିଂସା ଦେଖିବାକୁ ମିଳିଥିଲା। ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ଅନେକ ବୁଥରେ ସଂଘର୍ଷ ହେବା ସାଙ୍ଗକୁ ଗୁଳିମାଡ଼ ମଧ୍ୟ ହୋଇଥିଲା।

ଖୁରେଇ ନିର୍ବାଚନମଣ୍ଡଳୀର ମୋଇରାଙ୍ଗକାମ୍ପୁ ସାଜେବ ଓ ଥୋଙ୍ଗମ ଲେକାଇ, କ୍ଷେତ୍ରିଗାଓରେ ୪ଟି ବୁଥ, ପୂର୍ବ ଇମ୍ଫାଲ ଜିଲାର ଗୋଟିଏ ବୁଥ, ଉରିପକ୍‌ର ୩ଟି ବୁଥ୍‌ ଏବଂ ପଶ୍ଚିମ ଇମ୍ଫାଲ ଜିଲାର ଗୋଟିଏ ବୁଥରେ ଏହି ସାନି ମତଦାନ ପ୍ରକ୍ରିୟା ଜାରି ରହିଛି। ଏସବୁ ବୁଥ୍‌ରେ ଗତ ୧୯ ତାରିଖରେ ଭୋଟ ବେଳେ ହିଂସା ଦେଖିବାକୁ ମିଳିଥିଲା। ତେଣୁ ଏଠାରେ ପୁଣି ଥରେ ଭୋଟଗ୍ରହଣ ବ୍ୟବସ୍ଥା କରିବାକୁ ନିର୍ବାଚନ ଆୟୋଗ ମଣିପୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା। ଏହି ଦିନ ମଣିପୁରର ୧୧ ବୁଥରେ ଇଭିଏମ ଭଙ୍ଗାରୁଜା ହେବା ସହିତ ବୁଥ୍‌ କ୍ୟାପ୍‌ଚରିଂ ଘଟଣା ସାମ୍ନାକୁ ଆସିଥିଲା। ଏପରି କି ଗଣ୍ଡଗୋଳକାରୀମାନେ ଗୁଳିମାଡ଼ କରି ଭୋଟରଙ୍କୁ ଭୟଭୀତ କରାଇଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories