ପଞ୍ଚାୟତ ହାଇସ୍କୁଲ ଟୋପର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଯାପିତ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆ ଠାରେ ଦୁଇ ଦିନ ବ୍ୟାପୀ ଚାଲିଥିବା ହାଇସ୍କୁଲର ରୌପ୍ୟ ଜୟନ୍ତୀ ଉଦ୍ ଯାପିତ ଉତ୍ସବରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ମଞ୍ଚ ଦୁଲୁକି ଉଠିଥିଲା। ଏହି ଜୟନ୍ତୀ ପାଇଁ ୬ମାସ ପୂର୍ବରୁ ବିଭିନ୍ନ ପ୍ରସ୍ତୁତି ସହ  ଜୟନ୍ତୀ ଉତ୍ସବ ଉଦ୍ ଯାପିତ ହୋଇଯାଇଛି। ଦ୍ଵିତୀୟ ଦିବସରେ ପ୍ରଥମ ଅଧିବେଶନ ପୂର୍ବରୁ ପୁରାତନ ଛାତ୍ର ତଥା ବର୍ତ୍ତମାନ ର ଛାତ୍ର ଛାତ୍ରୀ ମାନେ ପୁରାତନ ତଥା କାର୍ୟ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରାକୁ ଜୀବିତ ରଖିବା ପାଇଁ ପାଦ ଧୌତ ପୂର୍ବକ ଚନ୍ଦନ,ପୁଷ୍ପ ମାଲ୍ୟ ଅର୍ପଣ, ଉପଢୌକନ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ।
କାର୍ୟକ୍ରମରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ,ଭେଡେନ ମହା ବିଦ୍ୟାଳୟର ଅଧ୍ୟକ୍ଷ ଉତ୍ପନ୍ନ କୁମାର ଭୋଇ,ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ,ସ୍କୁଲର ପ୍ରଥମ ବର୍ଷର ଛାତ୍ରୀ ଡଃ ଅହଲ୍ୟା ଗଡତୀୟା ମଞ୍ଚାସିନ ହୋଇଥିଲେ। ଅତିଥି ମାନଙ୍କ ଦ୍ଵାରା ସରସ୍ଵତୀ, ଗଣେଷ ଓ ମାଁ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ “ସପ୍ତରଙ୍ଗ ନେଇ ଆମେ” ପରିବେଷଣ ହୋଇଥିଲା।
ଆଲୁମିନା କମିଟିର ସଭାପତି ଅଜିତ୍ ପ୍ରଧାନଙ୍କ ସଭାପତିତ୍ଵ ରେ ଅନୁଷ୍ଟିତ ଉଦ୍ ଯାପନୀ ଉତ୍ସବରେ ସଂପାଦକ ଗୋବିନ୍ଦ ମେହେର ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ। ସ୍କୁଲର ୨୭ବର୍ଷ ମଧ୍ୟରେ ଗଢା ହୋଇଥିବା ୬୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପଦ ପଦବୀରେ ରାଜ୍ୟ ତଥା ଦେଶ ବିଦେଶରେ କାର୍ୟ୍ୟରତ ହୋଇ ବିଦ୍ୟାଳୟର ଗୌରବ ଅର୍ଜନ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ପଠାଣି ସାମନ୍ତ ମେଧା ବୃତ୍ତି ଜାତୀୟ ତଥା ରାଜ୍ୟସ୍ତର ବିଭିନ୍ନ ପ୍ରତି ଯୋଗିତାରେ ଉନ୍ନୀତ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ଦ୍ବିତୀୟ ଅଧିବେଶନରେ ରାଜ୍ୟ କ୍ୟାବିନେଟ୍‌‌  ମନ୍ତ୍ରୀ ରୋହିତ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ, ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ,ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି,ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ଉମେଶ ମହାପାତ୍ର, ଅତାବିରା ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, ଜୋନ ୨ଜିଲ୍ଲା ପରିଷଦ ସଭ୍ୟ ରଣଜିତ୍ ସାହୁ,ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ସୁଜାତା ପଣ୍ଡା, ପୂର୍ବତନ ଛାତ୍ର ଡଃ ପୂର୍ଣ୍ଣ ଶଙ୍କର ମେହେର, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଚେତା ମିଶ୍ର , ଗୌନ୍ତିଆ କୃଷ୍ଣ ଶଙ୍କର ପ୍ରଧାନ, ମଞ୍ଚ।ସିନ ହୋଇଥିଲେ।
ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ ପୂର୍ବକ ଦିବଂଗତ ଗ୍ରାମର ବୟୋ ଜ୍ୟେଷ୍ଠ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତୀ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ପରେ ଉଦ୍ ଯାପିତ ଉତ୍ସବର କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ଅତିଥି ମାନେ ଶିକ୍ଷାର ଗୁଣାତ୍ମକ ଉପରେ ଦୃଷ୍ଟି ଦେବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଆଧାରିତ “ବିଚାର ବିଗିଡି ଗଲା” ଦୁଇ ମିନିଟର ଏକ ଛୋଟ ଡ୍ରାମା ଦେଖଣାହାରୀଙ୍କ ବେଶ୍ ମନଲୋଭା ହୋଇ ଥିଲା। କେବଳ ସେତିକି ନୁହେଁ ତୃତୀୟ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅମରେଶ ବାରିକ୍, ଅନୁସୂୟା ଦେବତା, ଶିବ ଶଙ୍କର ମେହେର ଓ ନିର୍ମଳ ପ୍ରଧାନଙ୍କ ନିର୍ଦ୍ଦେଶନାରେ ନୃତ୍ୟ ଗୀତ ପରିବେଷଣ ହୋଇଥିଲା। ହାସ୍ୟ କବି ଦେବେନ୍ଦ୍ର ସାହୁ, ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇଙ୍କ କଳା ପ୍ରଦର୍ଶନରେ ମଞ୍ଚଟି ଦେଖଣାହାରିଙ୍କ ମନ ମୋହିଥିଲା । ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଲୁମିନା କମିଟି ର ସତେସୁ ରାଓ, ଗଣେଷ ବେହେରା, ପ୍ରତାପ ପ୍ରଧାନ, ଜୟକୁମାର ମହାପାତ୍ର, ବିଜୟା ମହାପାତ୍ର, ମେକା ମାଲେସୁ ରାଓ, ବବ୍ରୁ କଠାର, ପିଣ୍ଟୁ ମେହେର, ଗ୍ରାମବାସୀ, ଶିକ୍ଷକ ବାଲ ମୁକୁନ୍ଦ ସାହୁ, ଲଳିତ ଗଡତିଆ,ପ୍ରମୋଦ ମିଶ୍ର,ସୁଧୀର ରଥ, ଦେବରାଜ ବେହେରା ,କର୍ମଚାରୀ ପ୍ରଦୀପ ଗଡ଼ତିଆ, ରାମପ୍ରସାଦ ଭୋଇ, କୃଷ୍ଣଚନ୍ଦ୍ର ବାରିକ୍ ,ଭଗବାନ ଛଚାନ, ଓ ଉନ୍ନୀତ ଉଚ୍ଚ ପ୍ରାଥମିକ ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ଶିକ୍ଷା ପ୍ରେମୀ କଳାହାଣ୍ଡି, ବୁର୍ଲା,ନୂଆଁ ପଡ଼ା, ବଲାଙ୍ଗୀର,ସୋନପୁର, ବରଗଡ଼ ଓ ଅତାବିରା ରୁ ଆସିଥିବା ଦଳ ଗୁଡ଼ିକଙ୍କ ସକ୍ରିୟ ସହଯୋଗ ରହିଥିଲା।

Comments are closed.