www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ୍ ଆଘାତରେ ଶ୍ରମିକ ମୃତ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଧିନରେ ଟୋପ-ଖଲିଆ ପାଲି କୁତୁରୀ ଟିକ୍ରା ଆନ୍ଧ୍ରପଡ଼ାରେ ଥିବା ଏଜେନ୍ସିରେ ୱେଲଡିଂ ମେସିନ ସଜାଡିବାକୁ ଯାଇ ଜଣେ ୨୭ ବର୍ଷୀୟ ଯୁବକ ମୁନୁ ସାହା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରକାଶ ଥାଉ କି ରାଞ୍ଚି ପଲାମୁ ଗାଆଁ ରୁ ଦୀର୍ଘ ଦିନରୁ ମୁନୁ କୁମାର ଆସି ଅତାବିରା ଟେମ୍ପୁ ଷ୍ଟାଣ୍ଡ ନିକଟରେ ଏକ ଇଲେକ୍ଟ୍ରିକାଲ ଦୋକାନ ଦେବା ସହ ସ୍ଥାନୀୟ ଅଞ୍ଚଳରେ ଲୋକ ତଥା ମିଲ କାରଖାନା ମାନଙ୍କରେ ଇଲେକ୍ଟ୍ରିସିଏନ୍ ଭାବେ କାର୍ୟ୍ୟ କରି ପେଟ ପାଟଣା କରିଆସୁଥିଲା। ସବୁ ଦିନ ଭଳି ୨୮ତାରିଖ ସୋମବାର ଦିନ ଅପରାହ୍ନ ସାଢେ଼ ୪ଟାରେ ଟୋପ ଖଲିଆପାଲି କୁତୁରୀ ଟିକ୍ରା ଆନ୍ଧ୍ରପଡ଼ା ନିକଟରେ ରହିଥିବା ରେଡ୍ଡୀ ଏଜେନ୍ସୀରେ ବିଦ୍ୟୁତ୍ କାର୍ୟ୍ୟ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଏଜେନ୍ସୀର ଏକ କାର ଯୋଗେ ଅତାବିରା ସରକାରୀ ଡାକ୍ତରଖାନାକୁ ତାଙ୍କୁ ଅଣାଯାଇଥିଲା କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିବା ସହ ଅତାବିରା ଥାନାକୁ ଖବର ଦେଇଥିଲେ। ଖବର ପାଇ ଅତାବିରା ପୁଲିସ ଡାକ୍ତରଖାନାକୁ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୁନୁ କାମ କରୁଥିବା ରେଡ୍ଡୀ ଏଯେନ୍ସୀକୁ ପହଞ୍ଚି ପଚରା ଉଚୁରା କରିଥିଲେ । ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ବିଭୂତି ଭୂଷଣ ପଟେଲ ଶବ ବ୍ୟବଚ୍ଛେଦ ପାଇଁ ଶବକୁ ବରଗଡ ପଠେଇଥିଲେ । କିନ୍ତୁ ସନ୍ଧ୍ୟା ସମୟ ଥିବାରୁ ବ୍ୟବଚ୍ଛେଦ ହୋଇ ନ ପାରି ସକାଳେ ବ୍ୟବଚ୍ଛେଦ ହୋଇଥିଲା । ଏହା ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ମୁନୁର ମୃତ୍ୟୁକୁ ନେଇ  ମଉସା ପୁଅ ଭାଇ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ କେସ ନଂ ୧୪/୨୮.୮.୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।। ମୃତ ମୁନୁ ସାହା ନିହାତି ଗରିବ ପରିବାର ପିଲା ହୋଇ ନିଜ ପେଟ ପୋଷୁଥିବା ବେଳେ କିଭଳି ତାଙ୍କ ପରିବାର ଚଳିବ ,ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ତଦନ୍ତ ମୁତାବକ କ୍ଷତି ପୂରଣ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories