www.samajalive.in
Saturday, December 6, 2025
26.1 C
Bhubaneswar

ସମସ୍ୟା ଘେରରେ ରେମୁଣ୍ଡା ଯୁକ୍ତ ଦୁଇ ମହାବିଦ୍ୟାଳୟ

ରେଙ୍ଗାଲିକ୍ୟାମ୍ପ : ମହାବିଦ୍ୟାଳୟକୁ ୪୦ ବର୍ଷ ପୂରିଲା ବେଳକୁ ଚାରିଆଡ଼େ ଧରିଲାଣି ଫାଟ । ମହାବିଦ୍ୟାଳୟ ପରିସର ଭିତରେ ଜମୁଛି ପାଣି । ଏମିତି ଅନେକ ସମସ୍ୟା ଘେରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼।ଚାଲିଛି ରେମୁଣ୍ଡା ମହାବିଦ୍ୟାଳୟରେ । ୧୯୮୪ ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟ ଯୁକ୍ତ ଦୁଇ କଳା ବିଭାଗରେ ୬ ଜଣ ଅଧ୍ୟାପକଙ୍କ ସ୍ଥାନରେ ଅଛନ୍ତି ଦୁଇ ଜଣ ଅଧ୍ୟାପକ । ଏଜୁ କେସନ ଓ ଇଂରାଜୀରେ ,ଠିକ୍ ସେମିତି ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଅଛନ୍ତି ଚାରିଜଣ ଅଧ୍ୟାପକ ।୨୦୨୪ ମସିହା ସୁଦ୍ଧା କଳା ବିଭାଗର ସମସ୍ତ ପଦବୀ ଖାଲି ପଡିବା ସହ ପଦାର୍ଥ ବିଜ୍ଞାନ ଦେମନଷ୍ଟେଟ୍ରର,ଅଧ୍ୟାପକ,ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଅବସର ନେବା ପରେ ସମସ୍ତ ପଦବୀ ଖାଲି ପଡ଼ିବ ବୋଲି ଜଣ।ପଡ଼ିଛି । ବର୍ତ୍ତମାନ ଚାରି ଜଣଙ୍କୁ ଅସ୍ଥାୟୀ ଭାବରେ ମହାବିଦ୍ୟାଳୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରଖାଯାଇଛି । ଏହା ବ୍ୟତୀତ ଆବଶ୍ୟକ ପରିମାଣର କୋଠରୀ ନାହିଁ । ଯେଉଁ କୋଠରୀ ରହିଛି ତାହା ମଧ୍ୟ ଶୋଚନୀୟ ଅବସ୍ଥାରେ।
ଟିକିଏ ବର୍ଷାରେ ଛାତରେ ପାଣି ଜମି ଶ୍ରେଣୀ କୋଠରୀ ଭିତରେ ପାଣି ଝରୁଛି । ଛାତ ଧୀରେ ଧୀରେ ନଷ୍ଟ ହୋଇ ଖଣ୍ଡ ଖଣ୍ଡ ହୋଇ ପଡ଼ିବାରେ ଲାଗିଛି । କେଉଁଠି ଲୁହା ରଡ଼ ଦେଖାଗଲାଣି । ଛାତ୍ରୀ ସାଧାରଣ କକ୍ଷ ଭିତରକୁ ବାହାର ପାଣି ପଶୁଛି ,ଫଳରେ ଦୁର୍ଗନ୍ଧ ହେଉଛି । ଷ୍ଟାଫ୍ ସାଧାରଣ କକ୍ଷରେ କୌଣସି ସୁବିଧା ନାହିଁ । ଶୌଚାଳୟ କଥା ନ କହିବା ଭଲ । ସମସ୍ତ ବିଜ୍ଞାନ ଗାରର କାନ୍ଥ ଫାଟି ଆଁ କଲାଣି । ଫଳରେ ସାପ ଆଦି ବିଷାକ୍ତ ସରୀସୃପ ପ୍ରବେଶ କରୁଛନ୍ତି । ବାଳକ ସାଧାରଣ କକ୍ଷ ନାହିଁ । ସାଇକେଲ ଷ୍ଟାଣ୍ଡ ନାହିଁ । ଏହା ତ ମହାବିଦ୍ୟାଳୟର ଭିତର ଦୃଶ୍ୟ,ଏହାର ବାହାର ଦୃଶ୍ୟ ତ। ଠାରୁ ବଳି ପଡିଛି । ଛାତ ଉପରେ ଥିବା ପାଣି ଟାଂକି ଚାରିପଟେ ପାଣି ଜମି ଦୁର୍ଗନ୍ଧ ହେବା ସହ ଚାରିଆଡ଼େ ଅନାବନା ଘାସ ଆଦିରେ ଭରି ରହିଛି । ପରିସର ଭିତରେ ଥିବା ନଳକୂଅର ପାଣି ଦୂଷିତ ଥିବାରୁ ପାନୀୟ ଜଳ ପାଇଁ ଏକ ଫିଲ୍ଟରର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ଏବେ ତାହା ଅଚଳ ହୋଇ ପଡ଼ି ରହିଛି।ତାର କ୍ୟାଣ୍ଡେଲ ପରିବର୍ତ୍ତନ ପାଇଁ ଲାଗୁଥିବା ୧୨ ହଜାର ଟଙ୍କାର ଅନୁଦାନ ମିଳୁନି ।
ତେଣୁ ଯଥା ପୂର୍ବମ୍ ,ତଥା ପରମ୍। ବ୍ୟାଡମିଣ୍ଟନ କୋର୍ଟ ଭିତରେ ଆଣ୍ଠୁଏ ପାଣି। ଏହାର ଚାରିପଟେ ମଧ୍ୟ ଘ।ସ ବୁଦ। ଆଦି ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ଏହା ପରିତ୍ୟକ୍ତ ହୋଇ ପଡ଼ିରହିଛି। ନାମକୁ ମାତ୍ର ବ୍ୟାଡମିଣ୍ଟନ କୋଟ ରହିଛି । ପାଚେରୀ ନ ଥିବାରୁ କମ୍ପ୍ୟୁଟର,ସିପିୟୁ , ମାଇକ ସେଟ୍ ,ସିସି କ୍ୟାମେରା , ଆଦି ୨୦୧୯/୨୦ ମସିହାରେ ଚୋରି ହୋଇଥିଲା ଯାହା ଆଜି ପର୍ୟ୍ୟନ୍ତ ମିଳିନାହିଁ।
ଵର୍ତ୍ତମାନ ଏହି ମହା ବିଦ୍ୟାଳୟରେ କଳା ବିଭାଗରେ ୨୫୬ ଜଣ ଓ ବିଜ୍ଞାନ ବିଭାଗରେ ୧୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।ହେଲେ ମହାବିଦ୍ୟାଳୟର ଅବସ୍ଥା ନାହିଁ । କୌଣସି ସରକାରୀ ଅନୁଦାନ ଆସୁ ନଥିବାରୁ ଛାତ୍ରଛାତ୍ରୀ ବିକାଶ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇ ମ୍ୟାନେଜମେଣ୍ଟ ଷ୍ଟାଫ, ଗେଷ୍ଟ ଫେକଲ୍ଟି, ଲାବ୍ରୋଟରି ସାମଗ୍ରୀ, ବର୍ଷ ସାରା ପାଳନ କରାଯାଇଥିବା ପୂଜା ଓ ଉତ୍ସବ, ଲାଇବ୍ରେରୀ, ଖେଳ ଉପକରଣ ,ଅଫିସ ସାମଗ୍ରୀ, ବିଦ୍ୟୁତ୍ ବିଲ ଓ ମରାମତି ଆଦି କାର୍ୟ୍ୟ କରାଯାଉଛି ।
ଖାଲି ପଡ଼ୁଥିବା ପଦବୀ ପୂରଣ କରା ନ ଗଲେ ,ଏମିତି ଅନେକ ମହାବିଦ୍ୟାଳୟ ବନ୍ଦ ହୋଇଯିବ ଅଧ୍ୟାପକ ଅଭାବରୁ, ରକ୍ଷଣା ବେକ୍ଷଣା ଅଭାବରୁ । ତେବେ ଏଥିପ୍ରତି ସରକାର ଦୃଷ୍ଟି ଦେବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷ।ବିତ ଓ ଅଭିଭାବକମାନେ ଦାବି ଜଣାଇଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories