www.samajalive.in
Monday, December 8, 2025
17.1 C
Bhubaneswar

କରୋନା ସଚେତନତା, ଅଣ୍ଟା ଭିଡିଲେ ଶ୍ରୀରାମ ବିହାରର ଯୁବପିଢି

ରେଙ୍ଗାଲି କ୍ୟାମ୍ପ: କରୋନା ମହାମାରୀ ଧୀରେ ଧୀରେ ତାର କାୟା ବିସ୍ତାର କରି ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହେବା ସହ ଜୀବନ ଜୀବିକା ଉପରେ ମଧ୍ୟ ବେଶ ପ୍ରଭାବିତ ହୋଇ ଚାରିଆଡେ ଭୟର ଲହରୀ ଖେଳିଯାଇଛି। ଏନେଇ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଗୁଡିଏ ନୀତି ନିୟମ ତିଆରି କରିବା ସହ କୋଭିଡ କଟକଣା କଡାକଡି କରିଛନ୍ତି। ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରି ଅଯଥାରେ ଗହଳି ନକରି ସରକାରୀ କଟକଣାକୁ ନ ମାନିଲେ ଜୋରିମାନା ସହ ଦଣ୍ଡ ବିଧାନ ମଧ୍ୟ ରଖିଛନ୍ତି।ଯାହାକୁ ନେଇ ଆଜି ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୧ ଷ୍ଟେଟ ବ୍ୟାଙ୍କ ନିକଟସ୍ଥ ଡନବସ୍କୋ ଗଳି ଶ୍ରୀରାମ ବିହାରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ କଲୋନୀର ଯୁବପିଢୀଙ୍କ ନେତୃତ୍ୱରେ କଲୋନୀର ସମସ୍ତ ଆବାଳ ବୃଦ୍ଧ ବନିତାଙ୍କୁ ନେଇ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କୁ ମାସ୍କ ବଣ୍ଟନ, ହାତ ସାନିଟାଇଜ କରିବା ସହ ଲୋକଙ୍କୁ ସରକାରୀ କୋଭିଡ ନିୟମକୁ ମାନି ଚଳିବା ପାଇଁ ଅନୁରୋଧ କରି ନିଜ ସହ ନିଜ ପରିବାର ର ଯତ୍ନ ନେବା ପାଇଁ ବୁଝାଇଥିଲେ। ସେହିପରି ଆଗାମୀ ଦିନରେ କଲୋନୀକୁ ନୂଆଁ ଲୋକଙ୍କୁ ପ୍ରବେଶ କରାଇ ଦେବେ ନାହିଁ କି ବିନା ମାସ୍କ ରେ କେହି ବୁଲିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିରେ କଲୋନୀ ର ରାଜୀବ ଚୌଧୁରୀ, ତେଜରାଜ ପ୍ରଧାନ, ସଂପଦ କୁମାର କର, ଦୀପକ ରଏ, ସଂଜୀବ ଚୌଧୁରୀ, ଶେଖ ନସିମ, ରିଣ୍ଟୁ ବିଶି, ବାପି ମିତ୍ର, ଶୁଭମ ଠାକୁର, ରାଜଭିର ବାଗ, ପ୍ରତୀକ କୁମାର ବେହେରା, ଅର୍ଜୁନ ଠାକୁର, ଶ୍ରୀକାନ୍ତ ଚୌହାନ, ଓମ ପ୍ରକାଶ ମହାନ୍ତି ଓ ଚିନ୍ମୟ ସାହୁଙ୍କ ସକ୍ରିୟ ସହଯୋଗ ରହିଥିବା ବେଳେ ପଡ଼ାବାସୀ ଉପସ୍ଥିତ ରହିଥିଲେ।.

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories