www.samajalive.in
Monday, December 8, 2025
27.1 C
Bhubaneswar

ଅତାବିରା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା, ୧୩୮ଟି ପ୍ରକଳ୍ପ ପ୍ରଦର୍ଶିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ତତ୍ବାବଧାନରେ ତଥା ଆହ୍ବାନ କ୍ରମେ ଆୟୋଜିତ ଏହି ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଉଦଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାଶ, ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ, ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଏହି ବିଜ୍ଞାନ ମେଳାରେ ବ୍ଲକର ବିଭିନ୍ନ ଅଂଚଳରୁ ମୋଟ ୧୩୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। କୁନି କୁନି ପିଲାମାନେ ଦୀର୍ଘ ଦୁଇ ବର୍ଷ ଧରି ପାଠ ପଢା ସହ ବିଦ୍ୟାଳୟକୁ ମଧ୍ୟ ଭୁଲି ଯାଇଥିଲେ। ମାତ୍ର କିଛି ଦିନ ହେଲା ସେମାନେ ବିଦ୍ୟାଳୟରେ ପାଦ ଦେଇଛନ୍ତି, ତଥାପି ବହୁତ୍ ସୁନ୍ଦର ସୁନ୍ଦର୍ ଓ ସୃଜନଶିଳ ପ୍ରକଳ୍ପ ପ୍ରଦର୍ଶନ କରି ବିଚାରକ ତଥା ଦର୍ଶକ ମାନଙ୍କୁ ମୁଗ୍ଧ କରି ଦେଉଥିଲେ।

ଏହି ମେଳାରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ପ୍ରଥମ ଥର ପାଇଁ ଐତିହାସିକ ବାର୍ଷିକ ବିଜ୍ଞାନ ପୁସ୍ତକ “ଅନ୍ଵେଷଣ”କୁ ଲୋକାର୍ପଣ କରିଥିଲେ।ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଉପାଧ୍ୟକ୍ଷ ଅନନ୍ତ ମେହେର, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ବିଧାୟିକା ଶ୍ରୀମତୀ ଛୁରିଆଙ୍କ ସମେତ ମଞ୍ଚାସୀନ ଅତିଥିମାନେ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ ଓ ପିଲାଙ୍କ ଉତ୍ସାହ ବଢାଇଥିଲେ। ଏହି ମେଳା ସକାଳ ୬ଟା ୩୦ ମିନିଟରୁ ନାମ ପଞ୍ଜିକରଣ କରାଯାଇ ୭ଟାରୁ ପ୍ରକଳ୍ପ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

- Advertisement -

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବିଭାଗ, ଅଷ୍ଟମ ନବମ, ଦଶମ ଶ୍ରେଣୀକୁ ବରିଷ୍ଠ ବିଭାଗ ଏହିପରି ତିନୋଟି ବିଭାଗରେ ପ୍ରକଳ୍ପ ଗୁଡ଼ିକ ବିଚାରକମାନଙ୍କ ଦ୍ଵାରା ଚୟନ କରାଯାଇଥିଲା। ମଧ୍ୟାହ୍ନ ଭୋଜନର ବିରତି ପରେ ଏହି ବିଜ୍ଞାନ ମେଳାର ଉଦଯାପନୀ ଉତ୍ସବ ହୋଇଥିଲା। ମଛିନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ସମ୍ପାଦକ ମନୋଜ ସାହୁ, ମୋ ସ୍କୁଲ୍ ଅଭିଯାନର ଜିଲ୍ଲା ସମ୍ପାଦକ ଭାର୍ଗବ ନାଏକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାଶ, ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପlଲ୍, ଅତାବିରା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ମୁଖ୍ୟ ବକ୍ତା ରୂପେ ମଞ୍ଚାସୀନ ହୋଇଥିଲେ। ବଳରାମ ସାହୁ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ।ଏହି ଉଦଯାପନୀ ଉତ୍ସବରେ ବିଜ୍ଞାନ ସହିତ କଳାର ସମନ୍ୱୟ କରିବା ତଥା ପିଲାଙ୍କ ମନୋରଞ୍ଜନ ପାଇଁ ନାଚ ଗୀତର ଆସର ରଖାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟ କ୍ରମକୁ ରଶ୍ମୀରାଣୀ ନନ୍ଦ ସଞ୍ଚାଳନ କରିଥିଲେ।

ବରିଷ୍ଠ ବିଭାଗରେ ପୂର୍ବ ସୂଚିତ ୬ ଟି ବିଷୟକୁ ଭିତ୍ତି କରି ଛଅ ଗୋଟି ପ୍ରକଳ୍ପ ମନୋନୀତ ହୋଇ ଜିଲ୍ଲା ସ୍ତରକୁ ଯାଇଥିବା ବେଳେ କନିଷ୍ଠ ବିଭାଗରେ ଟୋପ ପ୍ରାଥମିକ ବିଦ୍ୟାଳୟର ରୋହନ ଗଡତିଆଙ୍କ ପ୍ରକଳ୍ପ ପ୍ରଥମ, ଖାଇର ପାଲି ପ୍ରାଥମିକ ବିଦ୍ୟାଳୟର ଗୁଦ୍ଦୁ ବାଗ ଦ୍ଵିତୀୟ, ଭୋଇ ପୁରା ପ୍ରାଥମିକ ବିଦ୍ୟାଳୟର ଦିବ୍ୟାଂଶି ଗଡତିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟ ବ୍ଲକରୁ ଛଅ ଜଣ ବିଚାରକଙ୍କ ଦ୍ଵାରା ପ୍ରକଳ୍ପ ଚୟନ କରିଥିଲେ। ହିମାଂଶୁ ଶେଖର ସାହୁ, ବାଳ ମୁକୁନ୍ଦ ସାହୁ, ଯାଦବ ପ୍ରଧାନ, ଗୋପୀନାଥ ବିଶ୍ଵାଳ, ଧର୍ମରାଜ୍ ପ୍ରଧାନ, ବାଇଲୋଚନ ପ୍ରଧାନ, ନନ୍ଦୀ ଘୋଷ ଭୋଇ, ମୁନି ଭୋଷାଗର, ପଞ୍ଚାନନ ନାଥ, ସନ୍ତୋଷ କର, ମହେନ୍ଦ୍ର ପ୍ରଧାନ, ବିଶ୍ଵନାଥ ମେହେର, ସଚିଦା ନନ୍ଦ ପ୍ରଧାନ, ସତ୍ୟବାନ୍ ସାହୁ, କିଶୋର ପ୍ରଧାନ, ଲବ ସାହୁ, ରବି ଗୁପ୍ତା ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ। ଏହି ବିଜ୍ଞାନ ମେଳାକୁ ବହୁ ସଂଖ୍ୟକ ପ୍ରକଳ୍ପ ଆସିଥିଲା। ଶେଷରେ ସିଆରସିସି ମନୋରଞ୍ଜନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories