ଗୁରୁଡିଝାଟିଆ: କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ଶିବିର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ସ୍ୱାଇଁ ଶିବିରକୁ ଉଦଘାଟନ କରି ରାଜ୍ୟ ସରକାରଙ୍କ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନର ମହତ୍ୱ ସଂପର୍କରେ ଆଲୋକପାତ କରିବା ସହ ଛାତ୍ରୀମାନଙ୍କୁ ସାହସୀ ଓ ସଶକ୍ତ କରିବ ବୋଲି କହିଥିଲେ। ଅଧ୍ୟାପିକା ନଳୀନିପ୍ରଭା ବାରିକ ଓ ସୁଚିତ୍ରା ବାରିକ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷିକା ସଂଗୀତା ବେହେରା ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ କରିଥିଲେ। ଅଧ୍ୟାପିକା କମଳା ମହାନ୍ତି, ରଶ୍ମୀରଞ୍ଜନ ଧଳ, ଚିତ୍ରସେନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Popular Categories



