www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରକଚାଳକଙ୍କୁ ଲୁଟ୍ ଘଟଣା ; ଦୁଇ ଗିରଫ

ରେଙ୍ଗାଲିକ୍ୟାମ୍ପ  : ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ୍ କରୁଥିବା ଦୁଇ ଜଣ ଯୁବକଙ୍କୁ ଅତାବିରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଅତାବିରା ବ୍ଲକ ଗୋଡଭଗା ସମଲେଶ୍ଵରୀ ମନ୍ଦିର ସମ୍ମୁଖରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ରାତି ପ୍ରାୟ  ଦୁଇ ଟା ସମୟରେ  ଛିଡା ହୋଇଥିବା ଏକ ଟ୍ରକ୍ ର ଡ୍ରାଇଭର ତୁଳସୀରାମ ଧନ୍ୱୱାଡ ଟ୍ରକ୍  ଚକ୍ ଗୁଡ଼ିକର  ପମ୍ପ ଯାଞ୍ଚ କରୁଥଲେ।ଏହି ସମୟରେ ତିନି ଜଣ ଯୁବକ ମାରଣାସ୍ତ୍ର ରେ ଡ୍ରାଇଭର ଙ୍କ ମୁହଁରେ ଆକ୍ରମଣ କରି ଗୋଟିଏ ମୋବାଇଲ ଓ ନଗଦ ତିନି ହଜାର ଟଙ୍କା ଲୁଟି ନେଇ ଫେରାର ମାରିଥିଲେ। ଏ ନେଇ ଡ୍ରାଇଭର ଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ଅତାବିରା ଥାନା ଅଧିକାରୀ ଅନିଲ ପ୍ରଧାନ ଙ୍କ ନେତୃତ୍ୱରେ ଗୋଡଭଗା ଫାଣ୍ଡି ଅଧିକାରୀ ବିପିନ ବାଗ,ଅଶୋକ ବିଶି,କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ଯାଦବ ବାଗ ଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରି  ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଗୋଟିଏ ଦିନ ଭିତରେ ବରଗଡ଼ ଟାଉନ ଥାନା ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ସେମାନେ ହେଲେ ବରଗଡ଼  ଖାକୁରଟକ୍ରା ର  ସାନନ୍ଦ ସେଠ୍ ଓ ୱାର୍ଡ ନଂ ୪ ତଳିପଡ଼ାର ଅଶୋକ ଓରଫ ପିଣ୍ଟୁ ଠେଲା (୨୫)। ଅନ୍ୟ ଜଣେ  ଫେରାର ମାରିଛି। ଏହି  ଅପରାଧୀମାନେ ବ୍ୟବହାର କରୁଥିବା ଅପାଜି ବାଇକ୍ ସହ ଲୁଟିଥିବା ମୋବାଇଲ,ମାରଣାସ୍ତ୍ର ମଧ୍ୟ ପୁଲିସ ଜବତ କରିଛି। ଏହି ଦୁଇ  ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories