www.samajalive.in
Friday, December 5, 2025
23.1 C
Bhubaneswar

ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରଶଂସନୀୟ କାର୍ଯ୍ୟ….

ରେଙ୍ଗାଲି : ଜାତି ରୁ ବାସନ୍ଦ ଥିଲେ ବୋଲି ମରିଗଲା ପରେ ବି ଶବକୁ କାନ୍ଧ ଦେବାକୁ କେହି ଅସିଲେ ନାହିଁ। ଶେଷରେ ସ୍ୱେଚ୍ଛାସେବୀ ମାନେ ଶବସଂସ୍କାର କଲେ।  ସମାଜ ଯେତେ ଦ୍ରୁତ ବେଗ ରେ ଆଧୁନିକତା ଆଡକୁ ଧାଉଁ ଥିଲେ ବି ଜାତିଭେଦ, ଜାତି ରୁ ବାସନ୍ଦ ଆଦି କୁସଂସ୍କାରର ଚେର ଏବେ ମଧ୍ୟ ମଜବୁତ ଅଛି। ରେଙ୍ଗାଲି ବ୍ଳକ୍‌ର ବାବୁଖିଣ୍ଡା ଗ୍ରାମରେ ଏହାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ବାବୁଖିଣ୍ଡା ଗ୍ରାମର ସୁଶିଲ ବାଗ (୪୨) ନାମକ ଜନୈକ ବ୍ୟକ୍ତି କିଛି ବର୍ଷ ପୂର୍ବେ ଅନ୍ୟ ଜାତିର ଜଣେ ମହିଳାଙ୍କୁ ବିବାହ କରିଥିବାରୁ ତାଙ୍କୁ ଜାତି ସମାଜ ରୁ ବାସନ୍ଦ କରି ଦିଆଯାଇଥିଲା। ଆଜି ଦିନ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ  ଅଜଣା ରୋଗରେ ସୁଶିଲ କିସାନ ମୃତ୍ୟୁ ବରଣ କରିଥିଲେ। ଦୀର୍ଘ ୬ ଘଣ୍ଟା ଧରି ସୁଶିଲଙ୍କ ମୃତଦେହ ପଡି ରହିଥିଲେ ମଧ୍ୟ ଜାତିରୁ ବାସନ୍ଦ ହୋଇଥିବା ଯୋଗୁଁ ଶବକୁ କାନ୍ଧ ଦେଇ ଶ୍ମଶାନଘାଟରେ ଅନ୍ତିମ ସଂସ୍କାର କରିବାକୁ କେହି ଆସିଲେ ନାହିଁ। ଗାଁରେ ଶବ ପଡିଥିବା ଏବଂ କେହି କାନ୍ଧ ଦେବାକୁ ଆସୁ ନଥିବାର ଖବର ପାଇ ସ୍ୱେଚ୍ଛାସେବୀ ସଂସ୍ଥା  ମାତୃଭୂମି ସଙ୍ଗଠନର ଉପ-ସଭାପତି ଉମାକାନ୍ତ ନାଥ, ସୁଶିଲ ପାତ୍ର ପ୍ରମୁଖ ସଦସ୍ୟ ନିଜେ ଶବକୁ କାନ୍ଧରେ ବୋହି ନେଇ ଅନ୍ତମ ସଂସ୍କାର କରିଥିଲେ। ସ୍ୱେଚ୍ଛାସେବୀ ସଙ୍ଗଠନର ଏହି ମହତ୍ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories