www.samajalive.in
Sunday, December 7, 2025
15.1 C
Bhubaneswar

କମାରଶାଳରେ ଗ୍ରାଜୁଏଟ୍: ମିଳିଲାନି ଚାକିିରି, ପେଟପାଟଣା ପାଇଁ ଆପଣେଇଲେ କୌଳିକ ବୃତ୍ତି

ରେଙ୍ଗାଲି:  କଥାରେ ଅଛି ବୁଡି ଯାଉଥିବା ଲୋକ ଜୀବନ ବଞ୍ଚାଇବା ପାଇଁ କୁଟାଖିଅ ଉପରେ ଭରସା କରିଥାଏ। ପେଟ ପୋଷିବାକୁ ଯେ କୌଣସି କାମ କରିବାକୁ ଲୋକ ପଛାଏ ନାହିଁ ।   ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳୁଛି ସମ୍ବଲପୁର ଜିଲ୍ଲା ଲଇଡା ପଞ୍ଚାୟତ ଅନ୍ତର୍ଗତ ଭାଗିପାଲି ଗ୍ରାମରେ। ଏହି ଗ୍ରାମ ରେ ରହୁଥିବା ଜୟନାରାୟଣ ଗୁରୁ (୪୫) ଜଣେ ସ୍ନାତକ ଡ଼ିଗ୍ରୀଧାରୀ।    ଲଇଡା ଦୁତିକା ସାହୁ କଲେଜରେ ପାଠ ଶେଷ କରିଛନ୍ତି । ଚାକିରି ପାଇଁ ବହୁତ ଇଣ୍ଟରଭ୍ୟୁ ଦେଇଥିଲେ ମଧ୍ୟ ଚାକିରୀ ମିଲିଲା ନାହିଁ। ନିଜର ଘରଡ଼ିହ ବ୍ୟତୀତ ଜମିବାଡି ବୋଲି କିଛି ନାହିଁ। ଭୂମିହୀନ ପରିବାରର ଗରିବ ଯୁବକ ଚାକିରୀ ନପାଇ ନିରାଶ ହୋଇ ପେଟପାଟଣା ଏବଂ ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହୋଇ ବୁଡିଯାଉଥିୁବା କମାର ଅର୍ଥାତ୍‍ ଲୁହୁରା କାମ କରୁଥିବାର ଦେଖିବାକୁ ମିଳୁଛି। ଜୟନାରାୟଣ ଗୁରୁଙ୍କ ପୂର୍ବସୂରୀ କୌଳିକ ବୃତ୍ତି ଲୁହାକାମ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଗରିବ ଜୟନରାୟଣଙ୍କ ବାପା ଙ୍କ ବୟସ ବର୍ତ୍ତମାନ ୯୫ ବର୍ଷ। ୯୦ ବର୍ଷ ବୟସ୍କା ମାଆଙ୍କ ଆଖି ଦିଶୁନାହିଁ। ବୃଦ୍ଧ ବପାମାଆ ଏବଂ ଗୋଟିଏ ପୁଅ ,ଗୋଟିଏ ଝିଅ ଓ ପତ୍ନୀଙ୍କୁ ମିଶାଇ ଛଅ ଜଣ ସଦସ୍ୟ ଥିବା ପରିବାରର ପ୍ରତିପୋଷଣ ଦାୟିତ୍ୱ ଜୟନାରାୟଣଙ୍କ ଉପରେ ନ୍ୟସ୍ତ। ବୃଦ୍ଧ ବାପା ମଆ କାମ ଧନ୍ଦା ତଥା କୌଳିକ ବୃତ୍ତି କରିବାକୁ ସମ୍ପୂର୍ଣ ଅକ୍ଷମ। ଏଣେ ପୁଅ  ଯୁକ୍ତ ୩ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ବେଳେ ଝିଅ ନବମ ଶ୍ରେଣୀରେ ପାଠ ପଢୁଛି। କୌଣସି ଚାକିରି ନମିଳିବାରୁ ପୂର୍ବ ପୁରୁଷ ଙ୍କ ଜୀବନ ଜୀବିକା କୁ ଆପଣେଇ ନେଇ ଜୟନାରାୟଣ କମାର ଶାଳରେ ହାଡ ଭଙ୍ଗା ପରିଶ୍ରମ କରି ପୁଅ ଝିଅଙ୍କୁ ପାଠ ପଢାଇବା ସହିତ ପରିବାର ପ୍ରତିପୋଷଣ କରୁଛନ୍ତି। ଫୁରସତ୍‍ ସମୟ ରେ କଳେଜ ପାଠୁଆ ପୁଅ ବି ଜୟନାରାୟଣଙ୍କୁ ଲୁହା କାମ କରିବା ସମୟ ରେ ସହାୟତା କରୁଥିବା ର ଦେଖିବାକୁ ମିଳିଥାଏ।

ବର୍ଷକରେ ୫ମାସ କିଛି କାମ ମିଳେ ନାହିଁ ବୋଲି କହନ୍ତି ଜୟନାରାୟଣ ।  ୫ମାସ ବିଭିନ୍ନ ଲୋକଙ୍କ ପାଖରେ କାମ କରି ପରିବାର ପ୍ରତିପୋଷଣ କରିବାକୁ ପଡେ। କମାର ବୃତ୍ତି କୃଷି ଏବଂ କୃଷକ ସହିତ ଓତଃପ୍ରୋତ ଭାବରେ ଜଡିତ। ଏବେ ଯନ୍ତ୍ର ଯୁଗରେ ଟ୍ରାକ୍ଟର,ହାର୍ଭେଷ୍ଟର ଆଦି ଯନ୍ତ୍ରରେ ଚାଷ କାମ ସରି ଯାଉଛି। ଏଣୁ  ଲଙ୍ଗଳ,ଶଗଡ ଗାଡି ହଜିବାକୁ ବସିଳାଣି। କାରଖାନାରୁ ତିଆରି କୋଡି,କୋଦାଳ,ପାତିଆ,ହାତୁଡି,ବାରିସୀ,ବିନ୍ଧନ,ଶାବଳ, ଆଦି ସବୁ ଲୁହା ସାମଗ୍ରୀ ରେଡିମେଡ୍‍ ଆକାର ରେ ଦୋକାନ ରେ ମିଳୁଛି। ଆଗେ ଖପର ଘର,ଚାଲ ଘର ତିଆରି ହେଉଥିବା ସମୟ ରେ କମାର ଶାଳ ରୁ କଣ୍ଟା,କବ୍‍ଜା,ଖିଲା,ଜୁଖିଆ,ଆଦି ଲୁହା ସାମଗ୍ରୀ ତିଆରି ହେଉଥିଲା। ଏବେ ତ ଆଜବେଷ୍ଟସ୍‍ ଏବଂ ପକ୍କା ବିଲ୍ଡିଂ ଘର ତିଆରି ହେଉଛି। କମାର ଶାଳ ଏବେ ଅଲୋଡା ହେବାକୁ ବସିଲାଣି ବୋଲି କହନ୍ତି ଜୟନରାୟଣ। କମାର ଅର୍ଥାତ ଲୁହୁରା ଏକ ପ୍ରାଚୀନ କୌଳିକ ବୃତ୍ତି ହୋଇଥିଲେ ମଧ୍ୟ ଏହି ବୃତ୍ତିଧାରୀ ବ୍ୟକ୍ତି ପରିବାର କୁ ସମାଜିକ ନିରାପତ୍ତା ନାହିଁ । ଅଣସଙ୍ଗଠିତ ହେଉ କି ସଙ୍ଗଠିତ କ୍ଷେତ୍ର ରେ ହେଉ କମାର ବୃତ୍ତିଧାରଣ କରି ରହୁଥିବା ଜାତି ସଂପ୍ରଦାୟ କୌଣସି କ୍ଷେତ୍ର ରେ ପର୍ଯ୍ୟାୟଭୁକ୍ତ ନହେବା ଅତି ଦୁର୍ଭାଗ୍ୟ ର ବିଷୟ ବୋଲି ଜୟନାରାୟଣ କ୍ଷୋଭ ବ୍ୟକ୍ତି କରିଛନ୍ତି। ଆମ ପାଇଁ କୌଣସି ସରକାରୀ ଯୋଜନା ନାହିଁ କି ଆମକୁ କୌଣସି ସରକାରୀ ସହାୟତା ମିଳୁନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories