www.samajalive.in
Monday, December 8, 2025
27.1 C
Bhubaneswar

୬ ଶହ ଚାଷୀଙ୍କୁ ୩ ଶହ ବସ୍ତା ସାର, ନିରାଶ ହୋଇ ଫେରିଲେ ଚାଷୀ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସେବା ସମବାୟ ସମିତିରୁ ୟୁରିଆ ସାର ନେବା ପାଇଁ ଆଜି ସକାଳ ୭ଟାରୁ ୫ଟି ପଞ୍ଚାୟତର ବିଭିନ୍ନ ଗାଁରୁ ବହୁ ସଂଖ୍ୟକ ଚାଷୀ ଆସି ଏକତ୍ରିତ ହୋଇଥିଲେ। ଚାଷୀ ୟୁରିଆ ସାର ପାଇଁ ଭିଡ ହୋଇଥିବା ଖବର ପାଇଁ ରେଙ୍ଗାଲି ପୁଳିସ ଘଟଣା ସ୍ଥଳକୁ ପହଞ୍ଚି ବୁଝାସୁଝା କରି ସାମାଜିକ ଦୂରତା ରଖି ଧାଡିରେ ଛିଡା କରାଇବାର ବ୍ୟବସ୍ଥା କରିଥିଲା। ତେବେ ଦୀର୍ଘ ସମୟ ଧରି ଅପେକ୍ଷା ସତ୍ୱେ ସାର ନପାଇବାରୁ ଚାଷୀମାନେ ନିରାଶ ହୋଇ ଘରକୁ ଫେରି ଯାଇଛନ୍ତି।

- Advertisement -

ସାର ନମିଳିବାରୁ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚାଷୀଙ୍କ ଯେତିକି ଭିଡ ଥିଲା ସେତିକି ପରିମାଣର ସାର ସେବା ସମବାୟ ସମିତିରେ ନଥିବାରୁ ସାର ଦେବା ପ୍ରକ୍ରିୟା ବନ୍ଦ କର ଦିଆଯାଇଥିଲା। ଫଳରେ ଚାଷୀ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ, ରେଙ୍ଗାଲି ସେବା ସମବାୟ ସମିତି ପକ୍ଷରୁ ଚଳିତ ଖରିଫ୍‍ ଋତୁରେ ୧୧ଶହ କୁଇଣ୍ଟାଲ୍‍ ୟୁରିଆ ସାର ଯୋଗାଇ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ୍‍ ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୫ଶହ କୁଇଣ୍ଟାଲ୍‍ ୟୁରିଆ ସାର ଏହି ସେବା ସମବାୟ ସମିତିକୁ ଯୋଗାଇ ଦିଆଯାଇଛି। ଆହୁରି ୬ଶହ କୁଇଣ୍ଟାଲ୍‍ ୟୁରିଆ ସାର ର ଅବଶ୍ୟକତା ଥିବା ବେଳେ ଗତ ୧୭ ତାରିଖ ସୋମବାର ଦିନ ଦୟା କଲା ଭଳି ରେଙ୍ଗାଲି ସେବା-ସମବାୟ ସମିତି କୁ ମାତ୍ର ୩ଶହ ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories