www.samajalive.in
Sunday, December 7, 2025
15.1 C
Bhubaneswar

ବିଜେପି ଓ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଆଠଗଡ :  ଆଠଗଡ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ସାପୁଆ କଣ୍ଟିଆ ନଦୀରେ ଆସିଥିବା ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସହରରେ ଗଦାସାହି, ହରିଜନ ସାହି, କନ୍ତୋଲ, ଶାସନ, କୁମ୍ଭାର ସାହି, ହରିଜନ ବସ୍ତି, ୧୩ନଂ ୱାର୍ଡ ଅନ୍ତର୍ଗତ ହରିଜନ ସାହି ଓ ବଢେଇତୋଟା ଅଞ୍ଚଳ ବୁଲି ପାଣି ଘେରରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଶ୍ରୀ ରାୟଙ୍କ ସହିତ ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀ, ବିଚିତ୍ରାନନ୍ଦ ଜେନା, ପ୍ରକାଶ ସେଠୀ, ହେମନ୍ତ ମହାନ୍ତି, ପ୍ରଦୀପ ମହାପାତ୍ର, ସମସରପୁର ମଣ୍ଡଳ ସଭାପତି ନୂତନ ରାଉତ ଓ ରମାକାନ୍ତ ସେନାପତି ପ୍ରମୁଖ ଏହି ପ୍ରଭାବିତ ଲୋକଙ୍କୁ ଆଶ୍ୱାସନା ଦେବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥଲେ।


ସେହିପରି ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ବନ୍ୟା ପ୍ରଭାବିତ ଆଠଗଡ ସହରର ୧୧ନଂ ୱାର୍ଡ ଅନ୍ତର୍ଗତ ବଢେଇତୋଟାର ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ମାନସ ରଞ୍ଜନ ବସ୍ତିଆ ପାଣିଘେରରେ ରହିଥିବା ବଢେଇତୋଟାବାସୀଙ୍କୁ ସମବେଦନା ଜଣାଇବା ସହ ରାସନ ସାମଗ୍ରୀ ସହିତ ପିଆଜ, ଆଳୁ, ବିସ୍କୁଟ, ସର୍ଫ, ସାବୁନ ଓ ମ୍ୟାଗି ଆଦି ବଣ୍ଟନ କରିଥିଲେ। ଅନୁଷ୍ଠାନରେ ଅନ୍ୟ ସଦସ୍ୟମାନେ ଏଥିରେ ତାଙ୍କୁ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories