www.samajalive.in
Monday, December 8, 2025
24.1 C
Bhubaneswar

ରିଲାଏନ୍ସ ଜିଓ ଆରମ୍ଭ କରିବ ୫ଜି ସେବା, ପରୀକ୍ଷଣ ପର୍ଯ୍ୟାୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ହାସଲ

ମୁମ୍ବାଇ: କ୍ୱାଲ୍‌କମ୍ ଟେକ୍ନୋଲୋଜିସ୍ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ତଥା ଏହାର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରାଡିସିସ୍ କର୍ପୋରେସନ ସହଯୋଗରେ ଭର୍ଚୁଆଲାଇଜଡ୍ ଆର୍‌ଏଏନ୍ ସହିତ ୫ଜି ସଲ୍ୟୁସନ୍ ଭିତ୍ତିକ ଏକ ଓପନ୍ ଓ ଇଟଂରଅପରେବଲ୍ ଇଟଂରଫେସ୍ ସମ୍ବଳିତ ବ୍ୟବସ୍ଥା ବିକଶିତ କରିବା ଦିଗରେ ଉଦ୍ୟମକୁ ସଂପ୍ରସାରିତ କରିଥିବା ଘୋଷଣା କରିଛନ୍ତି । ଭାରତରେ ସ୍ୱଦେଶୀ ୫ଜି ନେଟ୍‌ୱର୍କ ଭିତ୍ତିଭୂମି ଓ ସେବା ବିକଶିତ କରିବା ତଥା ପ୍ରଚଳନ ଆରମ୍ଭ କରିବାକୁ ତ୍ୱରାନ୍ୱିତ କରିବା ହେଉଛି ଏହି କାର୍ୟ୍ୟର ଉଦ୍ଦେଶ୍ୟ ।

କ୍ୱାଲ୍‌କମ୍ ୫ଜି ଆର୍‌ଏଏନ୍ ପ୍ଲାଟଫର୍ମକୁ ଉପଯୋଗ କରି ଜିଓ ୫ଜିଏନ୍‌ଆର୍ ସଲ୍ୟୁସନ୍‌ରେ ସେକେଣ୍ଡ ପ୍ରତି ଏକ ଗିଗାବାଇଟ୍ (୧ ଜିବିପିଏସ୍‌) ରୁ ଅଧିକ ସ୍ପିଡ୍ ମାଇଲଖୁଂଟ ହାସଲ କରିଥିବା କ୍ୱାଲକମ୍ ଟେକ୍ନୋଲୋଜିସ୍ ଓ ଜିଓ ପକ୍ଷରୁ ଘୋଷଣା କରାଯାଇଛି । ଏହି ସଫଳତା ଜିଓର ୫ଜି ଅଭିଜ୍ଞତା ଓ ବିଶ୍ୱସନୀୟତାକୁ ସୂଦୃଢ କରିବା ସହିତ ଗିଗାବିଟ୍ ୫ଜି ଏନ୍‌ଆର୍ ଉତ୍ପାଦ ପୋର୍ଟଫୋଲିଓ କ୍ଷେତ୍ରରେ ଜିଓ ଓ ଭାରତର ପ୍ରବେଶକୁ ସୂଚିତ କରୁଛି । ୫ଜି ପ୍ରଯୁକ୍ତି ଜରିଆରେ ବ୍ୟବହାରକାରୀମାନେ ଦ୍ରୁତ ଡାଟା ହାର, ଲୋ ଲାଟେନ୍ସି ଯୋଗାଯୋଗ ଅନୁଭୂତି ଏବଂ ବିଭିନ୍ନ ପ୍ରକାର କନେକ୍ଟେଡ୍ ଡିଭାଇସ୍ ଯଥା ୫ଜି ଭିତ୍ତିକ ସ୍ମାର୍ଟଫୋନ୍‌ରୁ ଆରମ୍ଭ କରି ଏଣ୍ଟରପ୍ରାଇଜ୍ ଲାପ୍‌ଟପ୍ ପର୍ୟ୍ୟନ୍ତ ଓ ଏଆର୍ / ଭିଆର୍ ଉତ୍ପାଦରୁ ଆରମ୍ଭ କରି ଭର୍ଟିକାଲ୍ ଆଇଓଟି ସମାଧାନ ଆଦିରେ ଉନ୍ନତ ଡିଜିଟାଲ୍ ଅନୁଭୂତି ପାଇପାରିବେ ।

- Advertisement -

ମାଥ୍ୟୁ ଓମେନ୍‌, ପ୍ରେସିଡେଣ୍ଟ୍‌, ରିଲାଏନ୍ସ ଜିଓ ଇନ୍‌ଫୋକମ୍ କହିଛନ୍ତି ଯେ, “କ୍ୱାଲକମ୍ ଟେକ୍ନୋଲୋଜିସ୍ ସହିତ ମିଶି ବାସ୍ତବରେ ଓପନ୍ ଓ ସଫ୍‌ଟୟାର ନିର୍ଦିଷ୍ଟ ନୂଆ ପିଢ଼ିର କ୍ଲାଉଡ୍ ନେଟିଭ୍ ୫ଜି ଆର୍‌ଏଏନ୍ ପ୍ରଯୁକ୍ତି ବିକଶିତ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ଜିଓ ପ୍ଲାଟଫର୍ମସ୍‌ର ମିଳିତ ସହଯୋଗରେ କ୍ୱାଲକମ୍ ଟେକ୍ନୋଲୋଜିସ୍ ସହିତ ମିଶି ବିକଶିତ କରାଯାଇଥିବା ସୁରକ୍ଷିତ ଆର୍‌ଏଏନ୍ ସମାଧାନ, ଜିଓର ବ୍ୟାପକତା ସହ ସମ୍ମିଳିତ ଭାବରେ ସ୍ଥାନୀୟ ଉତ୍ପାଦନ ଏବଂ ଏକ ଅନ୍ତର୍ଭୁକ୍ତୀକୃତ ୫ଜି ରାଷ୍ଟ୍ର ଭାବରେ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ତ୍ୱରାନ୍ୱିତ କରି ବାସ୍ତବତାରେ ପରିଣତ କରିବା ଦିଗରେ ଉପଯୁକ୍ତ ପରିବେଶ ପ୍ରଦାନ କରିବ ।’’

ଦୁର୍ଗା ମାଲ୍ଲାଡି, ବରିଷ୍ଠ ଉପ ସଭାପତି ଓ ମହାପ୍ରବନ୍ଧକ, ୪ଜି/୫ଜି, କ୍ୱାଲ୍‌କମ୍ ଟେକ୍ନୋଲୋଜିସ୍ କହିଛନ୍ତି ଯେ, “ସାରା ବିଶ୍ୱରେ ଭର୍ଚୁଆଲାଇଜଡ୍ ଓ ଇଟଂରଅପରେବଲ୍ ୫ଜି ଭିତିଭୂମି ପାଇଁ ସର୍ବାଧୁନିକ ପ୍ରଯୁକ୍ତି ପ୍ରଦାନ କରିବା ପାଇଁ କ୍ୱାଲ୍‌କମ୍ ଟେକ୍ନୋଲୋଜିସ୍ ଲକ୍ଷ୍ୟ ରଖିଛି । ଆମର କ୍ୱାଲ୍‌କମ୍ ୫ଜି ଆରଏଏନ୍ ପ୍ଲାଟଫର୍ମକୁ ବ୍ୟବହାର କରି ଆମେ ରିଲାଏନ୍ସ ଜିଓ ୫ଜି ଏନ୍‌ଆର୍ ଉତ୍ପାଦରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ମାଇଲଖୁଂଟ ନିକଟରେ ହାସଲ କରିଛୁ ଏବଂ ରିଲାଏନ୍ସ ଜିଓ ସହିତ ଆମର ଉଦ୍ୟମକୁ ସମ୍ପ୍ରସାରିତ କରି ନମନିୟ ଓ ବ୍ୟାପକ କରାଯାଇପାରୁଥିବା ୫ଜି ଆର୍‌ଏଏନ୍ ମୂତୟନ କରିବା ପାଇଁ ଆମେ ଆଶା ରଖିିଛୁ । ଏହିଭଳି ସହଯୋଗିତା ଆବଶ୍ୟକତା ଅନୁସାରେ ଯେଉଁଠାରେ ଓ ଯେତେବେଳେ ସର୍ବାଧିକ ଦରକାର ସେଠାରେ ଶୀଘ୍ର ଓ ସୁବିଧାରେ ୫ଜି ନେଟୱର୍କ ପହଂଚାଇବା ଏବଂ ଦକ୍ଷତା ବଢ଼ାଇବାରେ ଅପରେଟର ଏବଂ ଶିଳ୍ପ ଭର୍ଟିକାଲ୍‌କୁ ସୁବିଧା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।’’

ରାଜେନ୍ ବଗାଡ଼ିଆ, ଉପ ସଭାପତି, କ୍ୱାଲ୍‌କମ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ସଭାପତି, କ୍ୱାଲ୍‌କମ୍ ଇଣ୍ଡିଆ କହିଛନ୍ତି ଯେ, “ରିଲାଏନ୍ସ ଜିଓ ସହିତ ଆମର ରହିଥିବା ଦୀର୍ଘ ସମୟର ସମ୍ପର୍କରେ ଏକ ନୂତନ ପର୍ୟ୍ୟାୟରେ ପ୍ରବେଶ କରୁଥିବାରୁ ଆମେ ଆନନ୍ଦିତ ଯାହା ଆମର ୫ଜି ପାଇଁ ରହିଥିବା ମିଳିତ ଲକ୍ଷ୍ୟ ଏବଂ ଭାରତର ଡିଜିଟାଲ୍ ପୂନର୍ବିନ୍ୟାସକୁ ଦିଗରେ ସହାୟକ ହେବ । ଭାରତରେ ଭରସାଯୋଗ୍ୟ, ସୁଦୃଢ଼ ଏବଂ ଶକ୍ତିଶାଳୀ ମୋବାଇଲ୍ ଅନୁଭୂତିର ଆବଶ୍ୟକତାକୁ ବୃଦ୍ଧି ପାଇଥିବା ବେଳେ ଉଭୟ ବ୍ୟବହାରକାରୀ ବ୍ୟକ୍ତିବିଶେଷ ଏବଂ ମାନୁଫାକଚରିଂ, ସ୍ୱାସ୍ଥ୍ୟ ସେବା ଓ ରିଟେଲ୍ ଭଳି ଏଣ୍ଟରପ୍ରାଇଜ୍ କ୍ଷେତ୍ରରେ ୫ଜି ଚାହିଦା ସୃଷ୍ଟି ହେବ ବୋଲି ଆମେ ଆଶା କରୁଛୁ । ଜିଓ ଏହାର ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟର ବ୍ୟାପକ ୪ଜି ନେଟୱର୍କ ପ୍ରଦାନ କରିବାରେ ଅଭୁତପୂର୍ବ ପରିବର୍ତ୍ତନ ଆଣିିଥିବା ସଂସ୍ଥା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଭାରତୀୟ ଗ୍ରାହକଙ୍କ ପାଇଁ ଅତ୍ୟାଧୁନିକ ୫ଜି ଭିତିଭୂମି ଓ ସେବା ଆରମ୍ଭ କରିବାର ଯାତ୍ରାରେ ସେମାନଙ୍କ ସହ ମିଳିତ ହୋଇ କାମ କରିବାକୁ ଆମେ ଚାହିଁ ରହିଛୁ ।’’

ଜିଓର ଅଭିନବ ଉଦ୍ୟମ ଯୋଗୁଁ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଭାରତ ବିଶ୍ୱର ସର୍ବବୃହତ ଉପଭୋକ୍ତା ଭାବେ ଉଭା ହୋଇଛି । ଭର୍ଚୁଆଲାଇଜଡ୍ ୫ଜି ଏନ୍‌ଆର୍ ସମାଧାନ ସହିତ କ୍ୟାରିୟର ମାନର ସଫଟଓୟାର ଭିତିକ ଆରଏଏନ୍ ସମାଧାନ ବ୍ୟବସ୍ଥାକୁ ଜିଓ ଆଗକୁ ବଢ଼ାଉଛି ଯାହାକୁ ଭାରତ ଏବଂ ବାହାରର ୫ଜି ସେବା ଏବଂ ଅନୁଭୂତି ପାଇଁ ପ୍ରସ୍ତୁତ କରାଯାଇଛି । ଏକ ନମନୀୟ, ବ୍ୟାପକ ଏବଂ ଇଟଂରଅପରେବଲ ସେଲ୍ୟୁଲାର ନେଟୱର୍କ ଭିତିଭୂମିର ମୂଳଦୁଆ ଗଠନ କରିବା ଲାଗି କ୍ୱାଲକମ୍ ୫ଜି ଆର୍‌ଏଏନ୍ ପ୍ଲାଟଫର୍ମ ପୋର୍ଟଫୋଲିଓକୁ ପ୍ରସ୍ତୁତ କରାଯାଇଛି । ମାକ୍ରୋ ବେସ୍‌-ଷ୍ଟେସନ ସମେତ ବିଶାଳ ମିମୋରୁ ସ୍ମଲ୍ ସେଲ୍ ପର୍ୟ୍ୟନ୍ତ ବିଭିନ୍ନ ପ୍ରକାର ଭିତିଭୂମି ବର୍ଗ ପାଇଁ ଏହି ପ୍ଲାଟଫର୍ମ ବ୍ୟାପକ ସହାୟତା ପ୍ର୍ରଦାନ କରିବା ସହିତ ସବ୍‌-୬ ଗିଗାହର୍ଜ ଏବଂ ଏମଏମ୍ ୱେଭ୍ ସ୍ପେକ୍ଟ୍ରମ୍‌ର ସମସ୍ତ ପ୍ରମୁଖ ଫ୍ରିକ୍ୟୁଏନ୍ସି ବ୍ୟାଣ୍ଡ୍‌କୁ ଏହି ସୁବିଧା ସହାୟତା ପ୍ରଦାନ କରିବ ଏବଂ ବ୍ୟାପକତାକୁ ସଂପ୍ରସାରିତ କରିବାରେ ସହାୟକ ହେବ ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories