www.samajalive.in
Wednesday, December 10, 2025
26.1 C
Bhubaneswar

ଘରୁ ଟାଣି ନେଇ କଚାଡି ମାରିଲା ହାତୀ

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡମାଳ ରେଞ୍ଜର ଅନ୍ତର୍ଗତ ତୁଟାମୁଣ୍ଡା ଗ୍ରାମର ମୁଣ୍ଡାସାହିରେ ରବିବାର ରାତି ପ୍ରାୟ ସାଢେ ୩ଟା ବେଳେ ଘରୁ ଟାଣି ନେଇ ଜଣେ ଯୁବକଙ୍କୁ କଚାଡି ମାରିଦେଇଛି। ମୃତକ ଯୁବକ ଜଣକ ହେଲେ ବଡମାଳ ରେଞ୍ଜ ତୁଟାମୁଣ୍ଡା ଗ୍ରାମ ମୁଣ୍ଡା ସାହିର ଶ୍ରୀପତି ମୁଣ୍ଡା(୪୦)।

ସୂଚନା ଅନୁଯାୟୀ, ରବିବାର ସବୁଦିନ ଭଳି ଘରେ ଖାଇପିଇ ଶୋଇଥିବା ବେଳେ ରାତି ପ୍ରାୟ ସାଢେ ୩ଟା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ଘର ଭିତରୁ ଟାଣି ନେଇ କଚାଡି ମାରି ଦେଇଥିଲା। ଏନେଇ ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି।

- Advertisement -

ପ୍ରକାଶ ଥାଉକି ଏହି ଅଂଚଳରେ ଗତ କିଛି ଦିନ ହେବ ହାତୀ ଲଗାତାର ଭାବେ ଘରଦ୍ୱାର ଭାଙ୍ଗି ଦେବା ସହ ଧାନ ଚାଉଳ ଖାଇ ଦେଉଥିବା ସହିତ ସ୍ଥାନୀୟ ଅଞ୍ଚଳରେ ହାତୀ ନରହନ୍ତା ସାଜିଥିବା ଦେଖାଦେଇଛି। ଏନେଇ ଅଞ୍ଚଳବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏହି ନରହନ୍ତା ହାତୀକୁ ଘଉଡାଇବାରେ ସଫଳ ହୋଇପାରି ନାହିଁ । ଯଦ୍ୱାରା ଦିନକୁ ଦିନ ହାତୀ ଗୋଟେ ପରେ ଗୋଟେ ଜୀବନ ନେଇ ଚାଲିଥିବା ସହ ପୁଣି ଆଜି ଏପରି ଅଭାବନୀୟ ଘଟଣା ଘଟିଛି। ଏନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି। ଘଟଣାକୁ ନେଇ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଯୋଗା ଯୋଗ କରିବାରୁ ମୁଁ ଘଟଣା ସଂର୍ପକରେ ଅବଗତ ଅଛି ବୋଲି କହିଥିଲେ। ପ୍ରକାଶ ଥାଉ କି  ଗତ ଏପ୍ରିଲ ମାସ ୨୮ ତରିଖ ରାତିରେ  ଏହି ବନଖଣ୍ଡ ମୋଚିବାହାଳ ରେଂଜ ଅନ୍ତର୍ଗତ ମାକରକେନ୍ଦା ଗ୍ରାମରେ ଘରୁ ଟାଣି ନେଇ ବୃଦ୍ଧ ଶମ୍ଭୁ ଭୋଇ(୬୫) ଓ ବୃଦ୍ଧା ସେବତୀ ଭୋଇ(୭୦)ଙ୍କୁ କଚାଡି ମାରିଦେଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories