www.samajalive.in
Saturday, December 6, 2025
26.1 C
Bhubaneswar

ଲଗାଣ ବର୍ଷାରେ ଦୁଇମୁହାଣୀ ପୋଲର ଆପ୍ରୋଚ୍‍ ରାସ୍ତାରେ ଘାଇ :୫ ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ

ରେଢ଼ାଖୋଲ :ଗତ ରାତ୍ରିରେ ହୋଇଥିବା ଲଗାଣ ବର୍ଷାରେ ରେଢ଼ାଖୋଲ ଠାରୁ ମାତ୍ର ୧୦ରୁ ୧୨ କିଲୋମିଟର ଦୂର ଟାଲ୍‍, ବଣିଆବନ୍ଧ, ଝାଙ୍କରମଡା, କେନ୍ଦୁମୁଣ୍ଡା ଓ ପାଣ୍ଡିରିପଥର ଆଦି ୫ଟି ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛନ୍ତି । ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଟାଲ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଦୁଇ ମୁହାଣୀ ନାଳର ଆପ୍ରୋଚ୍‍ ରାସ୍ତା ପ୍ରାୟ ୧୫ ଫୁଟ ସଂପୁର୍ଣ୍ଣ ଧୋଇ ହୋଇଯାଇଛି। ଫଳରେ ଉପରୋକ୍ତ ଗ୍ରାମବାସୀ ତଥା ଚାଷୀ ଓ ରୋଗୀ ମଧ୍ୟ ସଦର ମହକୁମାକୁ ଆସିବା ଦୂରର କଥା ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ଯାଇପାରୁନାହାନ୍ତି ।

ପ୍ରକାଶ ଥାଉ କି ଗତବର୍ଷ ମଧ୍ୟ ଏହି ପୋଲର ଉଭୟ ପଟ ରାସ୍ତା ଧୋଇ ହୋଇଯାଇଥିବା ବେଳେ ସଂପୃକ୍ତ ବିଭାଗ ପକ୍ଷରୁ ଅସ୍ଥାୟୀ ମରାମତି କରି ରାସ୍ତାକୁ ସ୍ୱାଭାବିକ କରାଯାଇଥିଲା । ହେଲେ ଏହାର ସ୍ଥାୟୀ ସମାଧାନ କରାଯାଉ ନଥିବାରୁ ପୁଣି ସେଇ ଅନୁରୁପ ଘଟଣା ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଅଂଚଳବାସୀ ପ୍ରତିବର୍ଷ ବର୍ଷାଦିନେ ହଇରାଣ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ବାରମ୍ବାର ଅଭିଯୋଗ ହୋଇ ଆସୁଛି ହେଲେ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ବାରାମ୍ବାର ଉପରୋକ୍ତ ୫ଟି ଗ୍ରାମବାସୀଙ୍କୁ ବର୍ଷାଦିନ ଆସିଲେ ସମାନ ଦଶା ଭୋଗିବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି ।

- Advertisement -

ଏନେଇ ଖବର ପାଇ ବୁଧବାର ସମ୍ବଲପୁର ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିବାହୀ ଯନ୍ତ୍ରୀ ଇଂ ପ୍ରମୋଦ କୁମାର ଦାଶ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ତୁରନ୍ତ ମରାମତି କରି ଅଂଚଳବାସୀଙ୍କ ଯାତାୟତ ପାଇଁ ରାସ୍ତା ସ୍ୱାଭାବିକ କରାଯିବ ଓ ଆଗାମୀ ଦିନରେ ଏହି ନାଳ ଉପରେ ଏକ ବଡ ପୋଲ ନିର୍ମାଣ କରାଯିବା ପାଇଁ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ। ସେହିପରି ମଙ୍ଗଳବାର ରାତ୍ରିରେ ଲଗାଣ ବର୍ଷା ଯୋଗୁଁ ରେଢ଼ାଖୋଲ ଏନଏସି ଅନ୍ତର୍ଗତ ଝରାପରା ଗ୍ରାମକୁ ଯିବା ପାଇଁ ନିର୍ମାଣ ହୋଇଥିବା ଲୁହା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗ୍ରାମବାସୀ ଯୋଗଯୋଗ ବିଛିନ୍ନ ହୋଇପଡିଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories