www.samajalive.in
Wednesday, December 10, 2025
18.1 C
Bhubaneswar

୩ ଦିନ ହେଲା ଖୋଲା ଆକାଶ ତଳେ ପଡିରହିଛି ୪ ହଜାରରୁ ଉର୍ଦ୍ଧ ବସ୍ତା ଧାନ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ବଡମାଳ ମଣ୍ଡିରେ ଗତ ୩ ଦିନ ହେଲା ଲାଗିରହିଛି ଅଚଳାବସ୍ଥା। ଖୋଲା ଆକାଶ ତଳେ ପିଡିରହିଛି ୪ ହଜାରରୁ ଉର୍ଦ୍ଧ ଧାନ ବସ୍ତା। ଶୁକ୍ରବାର ମିଲର୍ସ,ଚାଷୀ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଚାଷୀଙ୍କ ଜିଦ୍‍ ଆଗରେ ସବୁ ଆଲୋଚନା ବିଫଳ ହୋଇଥିବା ଜଣାପଡିଛି।ଗତ ବୁଧବାର ଦିନ ଠାରୁ ଅଂଚଳର ଚାଷୀ ମାନେ ନିଜର ଅକ୍ଲନ୍ତ ପରିଶ୍ରମରେ ଉପାର୍ଜିତ କରିଥିବା ଧାନକୁ ବସ୍ତାରେ ଭର୍ତ୍ତି କରି ମଣ୍ଡିକୁ ଆଣିଥିଲେ।କିନ୍ତୁ ମଣ୍ଡିରେ ମିଲରର୍ସଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟ ମାନେ ଚାଷୀ ମାନଙ୍କର ଧାନକୁ ଦେଖିଲା ପରେ ମନଇଚ୍ଛା ୬/୭ କିଲୋଗ୍ରାମା ଧାନ କାଟିବା ପାଇଁ କହିଥିଲେ।

ତେବେ ଏଜେଣ୍ଟଙ୍କ ମୁଲଚାଲରେ ଚାଷୀ ମାନେ ରାଜି ହୋଇ ନଥିଲେ ଏବଂ କ୍ୟୁଣ୍ଟାଲ ପ୍ରତି ମାତ୍ର ୨ ରୁ ଅଢେଇ କିଲୋଗ୍ରାମ ଧାନ କାଟି ଧାନ ନେବା ପାଇଁ ଅଡିବସିଛନ୍ତି।ସେପଟେ ମଲର୍ସ ଚାଷୀ ମାନଙ୍କ ଧାନର ମାନ ପରୀକ୍ଷା କରିବା ପରେ କ୍ୟୁଣ୍ଟାଲ ପ୍ରତି ୪ କିଲୋଗ୍ରାମ ଧାନ କଟନୀ କରି ଧାନ ନେବା ପାଇଁ ରାଜି ହୋଇଥିଲେ।କିନ୍ତୁ ଚାଷି ମାନେ ଏଥିରେ ମଧ୍ୟ ରାଜି ନ ହୋଇ ତାଙ୍କ ସେଇ ପୁରୁଣା ଜିଦ୍‍ ରେ ଅଟଳ ରହି ଶିତ କାକରରେ ଖୋଲା ଆକାଶ ତଳେ ଚାଷୀ ରମେଶ ଧଳ,ସୌମିତ୍ରୀ ଜେନା,ଜଗଦୀଶମଲ୍ଲିକ,ଜ୍ୟୋତିଲାଲ ପ୍ରଧାନ,ଜଗଦାନନ୍ଦ ପ୍ରଧାନ,ସନ୍ତୋଷ ପ୍ରଧାନ,କୁନା ପ୍ରଧାନଙ୍କ ସମେତ ବହୁ ଧାନକୁ ଜଗିବସି ରହିଛନ୍ତି।

- Advertisement -

ଘଟଣାକୁ ନେଇ ଗତକାଲି ସଂଧ୍ୟାରେ ତହସିଲଦାର ରୁବି ବେହେରା ମଣ୍ଡିରେ ପହଞ୍ଚି ଆନ୍ଦୋଳନ ରତ ଚାଷୀଙ୍କ ସହିତ ଆଲୋଚନା କରିବା ପରେ ଘଟଣା ସ୍ଥଳରୁ ଫୋନ ଯୋଗେ ମିଲର୍ସଙ୍କ ସହିତ କଥାବାର୍ତ୍ତା ହୋଇ ଶୁକ୍ରବାର ମିଲର୍ସ ଆସିବେ ଏବଂ ମିଳିତ ଆଲୋଚନା ହେବ ବୋଲି ପ୍ରତିଶୃତିଦେଇଥିଲେ। ପ୍ରସାସନ କହିବା ନୁଯାୟୀ ୪ ଜଣ ମିଲର୍ସ ଆସିଥିଲେ ଏବଂ ପ୍ରସାସନର ଉପସ୍ଥିତିରେ ଧାନର ମାନ ନିର୍ଦ୍ଦାରଣ କରିବା ପରେ ୪ କିଲୋଗ୍ରାମ ଧାନ କଟନୀ କରି ନେବା ପାଇଁ ରାଜି ହୋଇଥିଲେ। ହେଲେ ଚାଷୀ ମାନେ କଟନୀକୁ ଆଦୌ ସ୍ୱୀକାର କରି ନଥିଲେ ଓ ସେଇ ୨ ରୁ ଅଢେଇ କେଜି ଧାନ କାଟନୀ କରି ଧାନ ମିଲର୍ସଙ୍କୁ ଧାନ ନେବା ପାଇଁ କହିଥିଲେ।ଫଳରେ ମିଲର୍ସ ଓ ଚାଷୀଙ୍କ କଥାରେ କୌଣସି ତାଳମେଳ ଖାଇ ନଥିବାରୁ ମିଲର୍ସ ଫେରିଯାଇଥିଲେ।ଘଟଣାକୁ ନେଇ ରେଢ଼ାଖୋଲ ନିୟନ୍ତ୍ରୀତ ବଜାର କମିଟୀ ସଂପାଦକ ରୋହିତ କୁମାର ସ୍ୱାଇଁ କହିଛନ୍ତି ଚାଷୀ ଓ ମିଲର୍ସଙ୍କ ସହିତ ଅଲୋଚନା ହୋଇଛି ଆସନ୍ତାକାଲି ଧାନ ଉଠିବ ବୋଲି କହିଥିଲେ।

 

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories