www.samajalive.in
Monday, December 8, 2025
17.1 C
Bhubaneswar

ଗୁଣି ସନ୍ଦେହରେ ଯୁବକକୁ ଜିଅନ୍ତା ଜାଳିଦେଲେ

ରାୟଗଡ଼ା: ଅନ୍ଧବିଶ୍ବାସର କ୍ରୂରତା ଦେଖିବାକୁ ମିଳିଛି ରାୟଗଡ଼ା ଜିଲାର ବଡ ଆଳୁବାଡି ପଞ୍ଚାୟତର ଘୁରୁସୁବାଡି ଗ୍ରାମରେ। ୨୫ ବର୍ଷ ତଳେ ବାପାଙ୍କୁ ଯେଉଁ ଗୁଣିଗାରେଡ଼ି ପାଇଁ ହତ୍ୟା କରାଯାଇଥିଲା ତାହାର ଏବେ ପୁଣି ପୁନରାବୃତ୍ତି ହୋଇଛି। ଗୁଣି ସନ୍ଦେହରେ ଆଦିବାସୀ ଯୁବକ ରାମରାଓ ଜିଲାକାରା(୪୦)କୁ ଗ୍ରାମବାସୀ ଅତି ଅମାନୁଷିକ ଭାବେ ହତ୍ୟା କରିଛନ୍ତି। ପ୍ରଥମେ ବିଷ ପିଆଇ ଅଚେତ କରିବା ପରେ ନିଅାଁ ଲଗାଇ ଜୀଅନ୍ତା ଜାଳି ଦେଇଛନ୍ତି। ରାମାରାଓଙ୍କ ବାପା ପଦେୟା ଜିଲାକାରାଙ୍କୁ ୨୫ ବର୍ଷ ତଳେ ହୋଇଥିବା ହତ୍ୟା ଘଟଣା ପରେ ଗ୍ରାମବାସୀ ଏବଂ ରାମାରାଓଙ୍କ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ​‌କିନ୍ତୁ ଏହି ବୁଝାମଣାକୁ ବେଖାତିର କରି ଗ୍ରାମବାସୀ ରାମାରାଓଙ୍କୁ ଗୁଣି ସନ୍ଦେହରେ ନିର୍ମମ ଭାବେ ହତ୍ୟା
କରିଛନ୍ତି। ଗତ ୮ ତାରିଖରେ ଏହି ଘଟଣା ଘଟିଥିଲେ ସୁଦ୍ଧା ଗ୍ରାମବାସୀଙ୍କ ଭୟରେ ମୃତକଙ୍କ ପରିବାର ଥାନାକୁ ଖବର କରିନଥିଲେ। ତେବେ ଶେଷରେ ମୃତକଙ୍କ ଭାଇ ଧର୍ମାରାଓ ଜିଲାକାରା ସାହସ ଜୁଟାଇ ଶେଷଖାଲ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ ଏହି ହତ୍ୟା ଅଭିଯୋଗରେ ୧୩ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଗତ ଦୁଇବର୍ଷ ମଧ୍ୟରେ ରାୟଗଡ଼ା ଜିଲାରେ ଗୁଣି ଗାରେଡ଼ି ସନ୍ଦେହରେ ୧୨ ଜଣଙ୍କୁ ହତ୍ୟା କରାଗଲାଣି।
ସୂଚନା ମୁତାବକ ଘୁରୁସୁବାଡି ଗ୍ରାମର ରାମରାଓଙ୍କୁ ଗ୍ରାମବାସୀ ଗୁଣିଆ ସନ୍ଦେହ କରୁଥିଲେ। ୪ ମାସ ତଳେ ଏଥିପାଇଁ ଏକ ଗ୍ରାମସଭା ବସିଥିଲା। ସେଠାରେ ରାମାରାଓଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ। ନିକଟରେ ଗ୍ରାମର ଜଣେ ଶିଶୁର ମୃତ୍ୟୁ ଘଟିଥିଲା। ରାମାରାଓର ଗୁଣିରେ ପିଲାଟି ପ୍ରାଣ ହରାଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଗତ ୮ ତାରିଖ ରାତିରେ ଗ୍ରାମର ୧୫ଜଣ ବ୍ୟକ୍ତି ରାମାରାଓଙ୍କ ଘର ଭିତରକୁ ଧସେଇ ପଶିବା ସହ ତାଙ୍କୁ ବଳପୂର୍ବକ କପା ଚାଷରେ ପ୍ରୟୋଗ ପାଇଁ ଉଦ୍ଦିଷ୍ଟ କୀଟନାଶକ ପିଆଇ ଦେଇଥିଲେ। ରାମାରାଓ ଅଚେତ ହୋଇଯିବା ପରେ ତାକୁ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ସେଠାରେ ନିଅାଁ ଲଗାଇ ଜାଳି ଦେଇଥିଲେ। ୧୨ ତାରିଖରେ ମୃତଙ୍କ ଭାଇ ଧର୍ମାରାଓ ଶେଷଖାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗ୍ରାମକୁ ଯାଇ ତଦନ୍ତ କରିଥିଲା। ଏହି ଘଟଣାରେ ପୁଲିସ ଗ୍ରାମର ଘାସି ମଣ୍ଡାଙ୍ଗି, ଅନକେସ ମଣ୍ଡାଙ୍ଗି, ସିଂ ପୁଆଲା, ବୃନ୍ଦାବନ ମଣ୍ଡାଙ୍ଗି, ବିଜୟ ଜିଲାକାରା, ଦିବା ଜିଲାକାରା, ରମେଶ ମଣ୍ଡାଙ୍ଗି, ଜ୍ଞାନେୟ ଜିଲାକାରା, ପ୍ରକାଶ ମଣ୍ଡାଙ୍ଗି, ପ୍ରତାପ ଜିଲାକାରା, ରାଜେଶ ମଣ୍ଡାଙ୍ଗି, ସସେୟ ମଣ୍ଡାଙ୍ଗି, ବମ୍ବେୟ ମଣ୍ଡାଙ୍ଗିଙ୍କୁ ଗିରଫ ପରେ ଅଦାଲତ ଚାଲାଣ କରିଛି। ସେହିପରି ସାଇଣ୍ଟିଫିକ୍‍ ଦଳ ଘଟଣାସ୍ଥଳରୁ ପାଉଁଶ ସଂଗ୍ରହ କରିବା ସହିତ ଅଧିକ ତଦନ୍ତ ଚଳାଇଥିବା ଶେଷଖାଲ ଥାନା ଅଧିକାରୀ ମୁନି ଆଚାରୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories