www.samajalive.in
Sunday, December 7, 2025
16.1 C
Bhubaneswar

ସବୁ ସହରାଞ୍ଚଳରେ ‘ନଷ୍ଟରୁ ଶ୍ରେଷ୍ଠ’ ଅଭିଯାନ

ବ୍ରହ୍ମପୁର: ସହରାଞ୍ଚଳରୁ ବାହାରୁ ଥିବା ବର୍ଜ୍ୟବସ୍ତୁରୁ ଏଣିକି ସୌନ୍ଦର୍ଯ୍ୟଭିତ୍ତିକ କାରୁକାର୍ଯ୍ୟ ନିର୍ମାଣ ହେବ ା ସେହି କାରୁକାର୍ଯ୍ୟରେ ସହର ବିଭିନ୍ନ ସ୍ଥାନରେ ଇକୋ ପାର୍କ ସ୍ଥାପନ ହେବ। ‘ନଷ୍ଟରୁ ଶ୍ରେଷ୍ଠ’ ଅଭିଯାନକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଛି। ରାଜ୍ୟରେ ଥିବା ସହରାଞ୍ଚଳ ସଂସ୍ଥା ପକ୍ଷରୁ ସେମାନଙ୍କ ଅଞ୍ଚଳରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକନିକ ସହ ସହଭାଗିତା ସ୍ଥାପନ କରାଯାଇ ବର୍ଜ୍ୟବସ୍ତୁରୁ କାରୁକାର୍ଯ୍ୟ ନିର୍ମାଣ କରାଇ ଇକୋ ପାର୍କ ସ୍ଥାପନ କରାଯିବ।ସେହିକ୍ରମରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟ ବିଭାଗ ସଚିବ ଆଜି ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ
ସହ ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି।

ପ୍ରକାଶଥାଉ କି, ଆଜକୁ କିଛି ବର୍ଷ ପୂର୍ବେ ବ୍ରହ୍ମପୁର ସରକାରୀ ଆଇଟିଆଇରେ ନଷ୍ଟରୁ ଶ୍ରେଷ୍ଠ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଆଇଟିଆଇ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରୁ ବାହରୁଥିବା ଇଲେ​କଟ୍ରୋନିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ସେଥିରୁ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ନିର୍ମାଣ କରାଯାଇଥିଲା। ଭଙ୍ଗାଘରୁ ବାହାରୁଥିବା ଲୁହା ଛଡ, ଗ୍ୟାରେଜରୁ ବାହାରୁଥିବା ବାଇକ ଓ କାରର ଭଙ୍ଗାଅଂଶ., ରାସ୍ତା କଡରୁ ମିଳୁଥିବା ଖାଲି ବୋତଲ, ପ୍ଲାଷ୍ଟିକ ସାମଗ୍ରୀ, ଲୋକଙ୍କ ଘରୁ ବାହାରୁଥିବା ପୁରୁଣା ବୈଦ୍ୟୁତିକ ସାମଗ୍ରୀ ଭଳି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ସଂଗ୍ରହ କରି ସେଥିରେ ଗିଟାର, ଜିରାଫ, ପ୍ରେଡାଟର ସହ ଏକ ମୁକ୍ତାକାଶ ସଂଗ୍ରହାଳୟ ନିର୍ମାଣ କରାଯାଇଥିଲା। ଏପରିକି ବ୍ରହ୍ମପୁର ମହାନଗର ନିଗମ ସହାୟତାରେ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ବରର୍ତ୍ତୀ ସମୟରେ ସେଥିରେ ସୁନ୍ଦର କାରୁକାର୍ଯ୍ୟ ନିର୍ମାଣ କରାଯିବା ସହ ସେଗୁଡିକ ସହରର ବିଭିନ୍ନ ଛକରେ ସ୍ଥାପନ କରାଯାଇଥିଲା। ଏହି ଆଇଟିଆଇର ତତ୍କାଳୀନ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ନଷ୍ଟରୁ ଶ୍ରେଷ୍ଠ ଅଭିଯାନ ଆରମ୍ଭ ହୋଇଥିଲା। ଏହା ସେହି ସମୟରେ ବେଶ ପ୍ରଶଂସା ସାଉଁଟିଥିଲା। ଏପରିକି କିଛି କାରୁକାର୍ଯ୍ୟ ଇଣ୍ଡିଆ ଓ ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ସହ ଖାଲି ବୋତଲକୁ ନେଇ ନିର୍ମାଣ ହୋଇଥିବା କାରୁକାର୍ଯ୍ୟ ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ବୋଲି କୁହାଯାଇଥିଲା। ବ୍ରହ୍ମପୁରରେ ସଫଳ ହୋଇଥିବା ଏହି ନଷ୍ଟରୁ ଶ୍ରେଷ୍ଠ କାର୍ଯ୍ୟକ୍ରମ ଏବେ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି। ରାଜ୍ୟର ସହରାଞ୍ଚଳ ସଂସ୍ଥାଗୁଡ଼ିକୁ ଉପରୋକ୍ତ ଦୁଇ ବିଭାଗ ପକ୍ଷରୁ ଚିଠି କରାଯିବା ସହ ପରିବେଶର ସୁରକ୍ଷା ପାଇଁ ବର୍ଜ୍ୟବସ୍ତୁରୁ ନିର୍ମାଣ ସାମଗ୍ରୀ ବ୍ୟବହାର କରି ସହରରେ ଥିବା ଖାଲି ସ୍ଥାନଗୁଡିକରେ ଇକୋ-ପାର୍କ ସ୍ଥାପନ କରିବାକୁ କୁହାଯାଇଛି। ନିଜ ଅଞ୍ଚଳର ଆଇଟିଆଇ ଓ ପଲିଟକେନିକର ବୈଷୟିକ ସହାୟତା ଓ ଛାତ୍ରଛାତ୍ରୀଙ୍କ ସହଯୋଗ ନେବାକୁ କୁହାଯାଇଛି। ଏହି ପଦକ୍ଷେପ ପାଇଁ ସହରାଞ୍ଚଳ ସଂସ୍ଥାମାନେ ଏସବିଏମ ଏବଂ ଏମଏସବିୱାଇ ପାଣ୍ଠି ବିନିଯୋଗ କରିପାରିବେ ବୋଲି ଚିଠିରେ ଦର୍ଶାଯାଇଛି। ସେହିପରି ଆବଶ୍ୟକସ୍ଥଳରେ ବର୍ତ୍ତମାନ ଭୁବନେଶ୍ବର ପଲିଟେକନିକର ଅଧ୍ୟକ୍ଷ ଥିବା ତଥା ବ୍ରହ୍ମପୁର ଆଇଟିଆଇର ପୂବତନ ଅଧ୍ୟକ୍ଷ ଡ. ପାଣିଗ୍ରାହୀ ସମେତ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ସୌରିନ୍ଦ୍ର କୁମାର ରାଉତରାୟଙ୍କ ସହଯୋଗ ନେବାକୁ ସରାଞ୍ଚଳ ସଂସ୍ଥାର ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories