www.samajalive.in
Monday, December 8, 2025
27.1 C
Bhubaneswar

ରବି ପ୍ରଦୋଷ ବ୍ରତର ମହତ୍ତ୍ବ ଓ ମହିମା, ଏହି ଉପାୟ ଦ୍ବାରା ମିଳିବ ଆରୋଗ୍ୟର ବରଦାନ

ଭଗବାନ ଶିବଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ପ୍ରଦୋଷ ବ୍ରତ ପଳନ କରାଯାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ବ୍ରତ ରବିବାର ଦିନ ପଡୁଥିବାରୁ ଏହାକୁ ରବି ପ୍ରଦୋଷ ବ୍ରତ କୁହାଯାଏ। ଏହି ଦିନ ସୂର୍ଯ୍ୟଦେବ ଓ ଭଗବାନ ଶିବଙ୍କୁ ବିଶେଷ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ। ଯାହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟର ବରଦାନ ମିଳିଥାଏ। ଏହା ସହ ରବି ପ୍ରଦୋଷ ବ୍ରତ କରିବା ଦ୍ବାରା ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ପ୍ରତିମାସର ତୟୋଦଶୀ ତିଥିରେ ପ୍ରଦୋଷ ବ୍ରତ ପାଳନ କରାଯାଏ। ଏହି ବ୍ରତରେ ସନ୍ଧ୍ୟା ସମୟରେ ପୂଜା କରାଯାଏ। ସୂର୍ଯ୍ୟାସ୍ତ ର ୪୫ ମିନିଟ୍ ପୂର୍ବରୁ ପୂଜା ଆରମ୍ଭ କରାଯାଇ ସୂର୍ଯ୍ୟାସ୍ତ ର ୪୫ ମିନିଟ୍ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ଆରାଧନା କରାଯାଏ। ସୂର୍ଯ୍ୟ ପ୍ରଦୋଷ ବ୍ରତ କରିବା ଦ୍ବାରା ହରାଇ ଥିବା ସମ୍ମାନ ବହୁ ସହଜରେ ମିଳିଥାଏ ଏବଂ ଭବିଷ୍ୟତରେ ଉତ୍ତମ ସ୍ବାସ୍ଥ୍ୟର ଆଶୀର୍ବାଦ ମିଳିଥାଏ।
ରବି ପ୍ରଦୋଷ ବ୍ରତ ଦିନ ଭଗବାନ ଶିବ ଓ ସୂର୍ଯ୍ୟଙ୍କ କିପରି କରିବେ ପୂଜା  
ଏହି ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶଯ୍ୟାତ୍ୟାଗ କରନ୍ତୁ ।
ସ୍ନାନ ଜଳରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ।
ସ୍ନାନ ସାରି ହାଲକା ଧଳା ବା ଗୋଲାପ ରଙ୍ଗର ପୋଷାକ ପିନ୍ଧନ୍ତୁ ।
ତମ୍ବା ଲୋଟାରେ ଜଳ ଓ ଇଷତ୍ ଲାଲ ରଙ୍ଗର ଫୁଲ ନେଇ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ ।
ଅର୍ଘ୍ୟ ଦେଇଥିବା ଜଳକୁ ନିଜ ମଥାରେ ଲଗାନ୍ତୁ।
ସାରା ଦିନ ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ ।
ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ଭଗବାନ ଶିବଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତୁ ।
ଏହା ପରେ ଶୁଦ୍ଧ ଜଳରେ ସ୍ନାନ କରାଇ ଧୂପ ଓ ଦୀପ ଦେଇ ପୂଜା କରାନ୍ତୁ ।
ରବି ପ୍ରଦୋଷ ବ୍ରତରେ କରନ୍ତୁ ଏହି ମହା ଉପାୟ
ଏହି ଦିନ ଲୁଣ ବିଲକୁଲ୍ ଖାଆନ୍ତୁ ନାହିଁ।
ଘରର ମିଠା ଭୋଜନ ଚକ୍ଷୁହୀନ ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ।
ଘରର ପୂର୍ବ ଦିଗକୁ ସଫା କରି ସେଠାରେ ଦୀପ ଜଳାନ୍ତୁ ଏବଂ ଗାୟନ୍ତ୍ରୀ ମନ୍ତ୍ର ୨୭ ଥର ଜପ କରନ୍ତୁ।
ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ୨୭ଟି ଲାଲ ଗୋଲାପ ଫୁଲକୁ ନାଲି ସୂତାରେ ଗୁଡାନ୍ତୁ। ଏହାକୁ ପତି-ପତ୍ନୀ ଉଭୟ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ ।
ସରକାରୀ ଚାକିରି ପାଇଁ ପ୍ରଦୋଷ ବ୍ରତ ଦିନ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ କଞ୍ଚା କ୍ଷୀରରେ ସ୍ନାନ କରାନ୍ତୁ ।
ହୃଦୟ ଜନିତ ସମସ୍ୟା ଥିଲେ ଧଳା ଚନ୍ଦନ ସହ ଗଙ୍ଗାଜଳ ମିଶାଇ ରବି ପ୍ରଦୋଷ ବ୍ରତ ଦିନ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କ ମସ୍ତକରେ ଲେପ ଦିଅନ୍ତୁ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories