www.samajalive.in
Sunday, December 7, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: କୌଣସି କାରଣରୁ ଅସନ୍ତୋଷ ଜାତ ହୋଇପାରେ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। କଥା ଛଳରେ ପରକୁ ଆପଣାର କରିବେ। ଜ୍ଞାନ ଗରିମାଯୁକ୍ତ ହେବେ।

ବୃଷ: ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ସୁଖମୟ ଜୀବନ ଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି।

- Advertisement -

ମିଥୁନ: ଭ୍ରମଣଜନିତ ସୁଖ ମିଳିବ। କର୍ତ୍ତବ୍ୟ ପାଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ପରିବାରର ମୁଖ୍ୟ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

କର୍କଟ: ପୈତୃକ ସମ୍ପତ୍ତି ପାଇଁ ଲାଗି ରହିଥିବା ବିବାଦର ସମାଧାନ ହେବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ବିତାଇବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ: ପ୍ରଭାବଶାଳୀ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ୱଭାବର ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଅତି ସତର୍କରେ ଚଳିବାକୁ ପଡ଼ିବ।

କନ୍ୟା: ଶତ୍ରୁମାନେ ପଶ୍ଚାତ୍‍ପଦ ଦେବେ। ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ମନରେ ଅହଂଭାବ ଆସିପାରେ।

ତୁଳା: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିବେ। ବଦଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ-ସଦିଚ୍ଛା ଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳଶାଳୀ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହୋଇପାରନ୍ତି।

ବିଛା: ଆକସ୍ମିକ ଘଟଣା ଘଟିବ; ଯାହାକି ଧନ ଲାଭର ସଙ୍କେତ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଅର୍ଥ ମିଳି ପାରେ। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। କନ୍ୟା ଦ୍ୱାରା ଉପକୃତ ହେବେ।

ଧନୁ: ଅନେକ ଦିନରୁ ଚେଷ୍ଟା କରୁଥିବା କାର୍ଯ୍ୟ ହସ୍ତଗତ ହୋଇପାରେ। ଉଦାର ସ୍ୱଭାବର ହେବେ। ଦାନ-ଧର୍ମ ଉପରେ ଗୁରୁତ୍ୱ ଦେବେ। ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ନିରାମୟ ଜୀବନ ଯାପନ କରିବେ। ବୁଦ୍ଧିମାନ ହେବେ।

ମକର: ପଡ଼ୋଶୀଙ୍କ ସହିତ ମନୋମାଳିନ୍ୟ ସଂଘଟିତ ହୋଇପାରେ। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଆନନ୍ଦ ଉପଭୋଗ କରିବେ। ବିବାଦରେ ବିଜୟୀ ହେବେ।

କୁମ୍ଭ: ଆଶା-ଆଶଙ୍କାରେ ରହିପାରନ୍ତି। ପରମଭାଗ୍ୟଶାଳୀ ହେବେ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ମଧୁରଭାଷୀ ଓ ସହନଶୀଳ ହୋଇପାରନ୍ତି। ଉଦାର ବିଦ୍ୟାପ୍ରେମୀ ହେବେ।

ମୀନ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି। ଚିନ୍ତାଧାରା ଉନ୍ନତ ମାନର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ବନ୍ଧୁ ଜୁଟିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ରୁଚିକର ଭୋଜନ ମିଳିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories