www.samajalive.in
Saturday, December 6, 2025
26.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ।

ବୃଷ: ମନୋବଳ ଦୃଢ଼ ରହିବ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସାମାନ୍ୟ ଚକ୍ଷୁପୀଡ଼ା ଦେଖା ଦେବ। ସୁସ୍ଥ ଓ ନିରାମୟ ରହିବେ। ବଳବାନ ହେବେ। ଶତ୍ରୁହନ୍ତା ହେବେ। ଆଶ୍ୱସ୍ତି ମିଳିବ।

- Advertisement -

ମିଥୁନ: ଶତ୍ରୁ ଅପଦସ୍ତ ହୋଇ ଆପଣଙ୍କ ବିରୋଧରେ ଅପସରି ଯିବେ। ପଠନ ଲିଖନରେ ପାରଦର୍ଶୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଆୟ କରିବେ।

କର୍କଟ: ବନ୍ଧୁମାନଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଉଦାରବାଦୀ ହୋଇପାରନ୍ତି। କ୍ଷମାଶୀଳ ହେବେ। ଦାନଶୀଳ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ଉପରେ ଗୁରୁତ୍ୱ ଦେବେ। ସୁଖ ମିଳିବ।

ସିଂହ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବ ପ୍ରଦର୍ଶନ କରିବେ। ଥଣ୍ଡା କଫରେ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ।

କନ୍ୟା: କର୍ମକ୍ଷେତ୍ରରେ ସହାୟତା ମିଳିବ। ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ ସଂପାଦନ କରିବେ। ସୌଭାଗ୍ୟଶାଳୀ ହେବେ। ମହାନ୍‍ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ।

ତୁଳା: ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ବୃଦ୍ଧି ପାଇବ। ସଂଗ୍ରାମରେ ବିଜୟୀ ହେବେ। ମାଲିମୋକଦ୍ଦମା ରାୟ ଆପଣଙ୍କ ସପକ୍ଷରେ ଯିବ। ତତ୍‍ଜନିତ ଧନଲାଭ ହେବ।

ବିଛା: ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। କଥା ଶୈଳୀରେ ପରଲୋକଙ୍କୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ସାହସୀ, ଜ୍ଞାନ, ଗରିମାର ପ୍ରତୀକ ହେବେ। ଥଣ୍ଡା କଫରେ ପୀଡ଼ିତ ହେବେ।

ଧନୁ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସରକାରୀ ଅର୍ଥ ମିଳିବ। ସମ୍ମାନିତ ହେବେ। କରିତ୍‍କର୍ମା ହୋଇପାରନ୍ତି।

ମକର: ସରକାରୀ ସ୍ତରରେ ସମ୍ମାନିତ ହେବେ। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାର୍ତ୍ତ ଚିତ୍ତ ହେବେ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଯଶ ଅର୍ଜନ କରିପାରନ୍ତି।

କୁମ୍ଭ: ସତ୍‍ସଙ୍ଗୀ ହୋଇପାରନ୍ତି। ଭାଗ୍ୟଶଳୀ ହେବେ। ଦିନଟି ଭୋଗ ବିଳାସମୟ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ ହୋଇପାରନ୍ତି। ଦୁଃସାହସୀ ପଦକ୍ଷେପ ନେଇ କାର୍ଯ୍ୟ କରିବେ।

ମୀନ: ଅପ୍ରକାଶ୍ୟ ଚିନ୍ତାମଗ୍ନ ହୋଇପାରନ୍ତି। ପ୍ରତିହିଂସା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories