www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା: କ୍ୱାରେଣ୍ଟାଇନ୍‌ରେ ଏପରି ହେଲା ରଣବୀରଙ୍କ ଅବସ୍ଥା

ନୂଆଦିଲ୍ଲୀ: ସାରା ବିଶ୍ୱରେ ‘କରୋନା’କୁ ନେଇ ଏବେ କୋକୁଆ ଭୟ ଖେଳିଯାଇଛି। ଅନେକ ଦେଶ ଏହା ବିରୁଦ୍ଧରେ ଯୁଦ୍ଧ ମଧ୍ୟ ଜାରି ରଖିଛନ୍ତି। ଅନେକ ଲୋକ ଏହି ଭୂତାଣୁ ଭୟରେ ନିଜକୁ ଘରର ଚାରିକାନ୍ଥ ମଧ୍ୟରେ ବନ୍ଦ କରି ରଖିଛନ୍ତି। ସେଲିବ୍ରିଟି, ରାଜନେତାଙ୍କଠାରୁ ଆରମ୍ଭ କରି ଅନେକ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଘର ଭିତରେ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି। ‘କରୋନା’ ଆତଙ୍କ ମଧ୍ୟରେ ବଲିଉଡ଼ ଅଭିନେତା ରଣବୀର ସିଂହ ନିଜ ଚିରାଚରିତ ଢଙ୍ଗରେ ସାମାଜିକ ଗଣମାଧ୍ୟମରେ ଏକ କୌତୁହଳପୂର୍ଣ୍ଣ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କୁ ଭୟଙ୍କର ରୂପରେ ଦେଖିବାକୁ ମିଳିଛି। ରଣବୀର ଲମ୍ବା କେଶ ଓ ଭୟଙ୍କର ଆଖି ସହ ନଜର ଆସିଛନ୍ତି। ଏହ ସହ ସେ କ୍ୟାପ୍ସନରେ ଲେଖିଛନ୍ତି, ‘‘ଇଏ ହେଉଛି ମୁଁ, କ୍ବାରେନ୍‌ଣ୍ଟାଇନ୍‌ରୁ ବାହାରିବା ପରେ’’।

ସୂଚନାଯୋଗ୍ୟ, ଲୋକେ ଭିନ୍ନ ଭିନ୍ନ ଶୈଳୀରେ ବର୍ତ୍ତମାନ ଘରେ ସମୟ ବିତାଉଛନ୍ତି। ଅପର ପକ୍ଷରେ କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ଘରେ ରହି ରହି ବିରକ୍ତ ହୋଇଗଲେଣି କିନ୍ତୁ ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଘରେ ସମୟ କାଟୁଛନ୍ତି। ତେବେ ଏଭଳି ପରିସ୍ଥିତିରେ ରଣବୀରଙ୍କ ଏହି ପୋଷ୍ଟ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି କହିଲେ ଅତ୍ୟୁକ୍ତି ହେବନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories