ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ବା କଟକଣା ଘୋଷଣା କରାଯାଇଛି । କଟକଣା ଘୋଷିତ ଅଞ୍ଚଳରେ ବନ୍ଦକୁ କଡ଼ାକଡ଼ି ଲାଗୁ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କଟକଣା ଉଲଂଘନକାରୀଙ୍କ ବିରୁଦ୍ଧରେ ଆଇନ ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।
ଦେଶର କେତେକ ଅଞ୍ଚଳରେ ଲୋକମାନେ ଲକ୍ଡାଉନ୍କୁ ଗୁରୁତର ସହ ଗ୍ରହଣ କରୁ ନ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି କହିଛନ୍ତି। ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ କଡାକଡି ଭାବେ କଟକଣାକୁ ପାଳନ କରିବାକୁ ସେ ଲୋକଙ୍କୁ ଆହ୍ବାନ କରିଛନ୍ତି।
https://twitter.com/PIBBhubaneswar/status/1241969973985083393?s=08
ଦେଶର ୮୦ ଜିଲାରେ ‘ଲକ୍ଡାଉନ୍’
କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ୮୦ଟି ଜିଲାରେ ସମ୍ପୂର୍ଣ୍ଣ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି।
ରାଜସ୍ଥାନ: ବିଲୱାରା, ଝୁନଝୁନ, ସିକାର ଓ ଜୟପୁର
ତାମିଲନାଡୁ: ଚେନ୍ନଇ, ଇରୋଡ, କାଞ୍ଚିପୁରମ୍
ତେଲଙ୍ଗାନା: କୋଥାଗୁଡାମ, ହାଇଦରାବାଦ, ମେଡାଚି, ରାଙ୍ଗାରେଡ୍ଡି, ସାଙ୍ଗାରେଡ୍ଡି
ଉତ୍ତରପ୍ରଦେଶ: ଆଗ୍ରା, ଜିବି ନଗର, ଗାଜିଆବାଦ, ବାରାଣସୀ, ଲକ୍ଷ୍ମୀପୁର ଓ ଲକ୍ଷ୍ନୌ
ଉତ୍ତରାଖଣ୍ଡ: ଡେରାଡୁନ
ପଶ୍ଚିମବଙ୍ଗ: କଲକାତା, ଉତ୍ତର ୨୪ ପ୍ରଗଣା
କର୍ଣ୍ଣାଟକ: ବାଙ୍ଗାଲୋର, ଚିକ୍କାବାଲ୍ଲାପୁରା, ମହୀଶୂର, କୋଡାଗୁ ଓ କୁଲବର୍ଗୀ
କେରଳ: ଆଲାପୁଝା, ଏର୍ଣ୍ଣାକୁଲମ୍, ଉଡ୍ଡୁକି, କନ୍ନୁର, କସରଗଡ, କାଟ୍ଟାୟମ, ମାଲ୍ଲାପୁରମ, ପଥନମଥିଟ୍ଟା, ତିରୁଅନନ୍ତପୁରମ୍, ତ୍ରିଶୁର
ଲଦାଖ: କାର୍ଗିଲ ଓ ଲେହ
ମଧ୍ୟପ୍ରଦେଶ: ଜବଲପୁର
ମହାରାଷ୍ଟ୍ର: ଅହମଦନଗର, ଔରଙ୍ଗାବାଦ, ମୁମ୍ବଇ, ନାଗପୁର, ମୁମ୍ବଇ ଉପକଣ୍ଠ, ପୁଣେ, ରତ୍ନଗିରି, ରାଇଗଡ, ଥାଣେ, ୟାବତମାଳା
ଓଡିଶା: ଖୋର୍ଦ୍ଧା
ପଞ୍ଜାବ: ହୋସିଆରପୁର, ଏସଏଏସ ନଗର ଓ ଏସବିଏସ୍ ନଗର
ଆନ୍ଧ୍ରପ୍ରଦେଶ: ପ୍ରକାଶମ୍, ବିଜୟୱାଡା, ଭାଇଜାକ
ଚଣ୍ଡିଗଡ: ଚଣ୍ଡିଗଡ
ଛତିଶଗଡ: ରାୟପୁର
ଦିଲ୍ଲୀ: ସେଣ୍ଟ୍ରାଲ, ଇଷ୍ଟ ଦିଲ୍ଲୀ, ନର୍ଥ ଦିଲ୍ଲୀ, ନର୍ଥ-ୱେଷ୍ଟ ଦିଲ୍ଲୀ, ନର୍ଥ-ଇଷ୍ଟ ଦିଲ୍ଲୀ, ସାଉଥ ଦିଲ୍ଲୀ ଓ ୱେଷ୍ଟ ଦିଲ୍ଲୀ
ଗୁଜରାଟ: କଚ୍ଛ, ରାଜକୋଟ, ଗାନ୍ଧିନଗର, ବରୋଦା, ସୁରତ, ଅହମଦାବାଦ
ହରିୟାଣା: ଫରିଦାବାଦ, ସୋନେପତ, ପଞ୍ଚକୁଳା, ପାନିପଥ, ଗୁରୁଗ୍ରାମ
ହିମାଚଳ ପ୍ରଦେଶ: କାଙ୍ଗ୍ରା
ଜାମ୍ମୁ-କାଶ୍ମୀର: ଶ୍ରୀନଗର, ଜାମ୍ମୁ



